ବିବାହର ୧୧୭ ଦିନରେ ଛାଡ଼ପତ୍ର ଖବର! ପ୍ରିୟଙ୍କା ଏତେ କ୍ଷଣକୋପୀ ବୋଲି ନିକ୍‌ ବିବାହ ପରେ ଜାଣିଲେ

ମୁମ୍ବାଇ: ବିବାହର ମାତ୍ର ୧୧୭ ଦିନରେ ବଲିଉଡ୍‌ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍‌ ଜୋନ୍‌ସଙ୍କ ମଧ୍ୟରେ ଛାଡ଼ପତ୍ର ହେଉଛି ବୋଲି ଚମକେଇ ଦେବା ପରି ଏକ ଖବର ପ୍ରକାଶ ପାଇଛି। ଏହା ଏବେ ନିକ୍ୟାଙ୍କାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଦେଇଛି। ସେ ୨୦୧୮ ମସିହା ଡିସେମ୍ବରରେ ପରସ୍ପରଙ୍କୁ ବିବାହ କରିଥିବା ବେଳେ ମାତ୍ର ୪ ମାସ ମଧ୍ୟ ସେମାନଙ୍କ ଅଲଗା ହେବା କଥାକୁ ବିଶ୍ୱାସ କରି ପାରିନାହାନ୍ତି ପ୍ରଶଂସକ।

ଆମେରିକାର ‘ଓକେ’ ପତ୍ରିକାରେ ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ଏହା ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ପାଲଟିଛି। ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ କାମ, ପାର୍ଟି, ଏକତ୍ର ସମୟ ନ ବିତାଇ ପାରିବ ଆଦି ସମସ୍ୟା ଉପୁଜିବା ପରେ ସେମାନେ ପରସ୍ପରଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି।

thenews.com.pk

ଜାଣିବାକୁ ମିଳିଛି ଯେ ପୂର୍ବରୁ ଜୋନ୍‌ସଙ୍କୁ ଲାଗୁଥିଲା ପ୍ରିୟଙ୍କା ଜଣେ ଶାନ୍ତ ସ୍ୱଭାବର ମହିଳା। ମାତ୍ର ବିବାହ ପରେ ସେ ନିକ୍‌ ତାଙ୍କର ରାଗ ପକ୍ଷଟା ବି ଦେଖିବାକୁ ପାଇଲେ। ପ୍ରିୟଙ୍କା ଏତେ କ୍ଷଣକୋପୀ ବୋଲି ନିକ୍‌ ଜାଣି ନଥିଲେ। ଏହା ହିଁ ତାଙ୍କ ଛାଡ଼ପତ୍ରର କାରଣ ବୋଲି ପତ୍ରିକାରେ ପ୍ରକାଶ ପାଇଥିଲା।

ମାତ୍ର ପରେ ସତ ଜାଣିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ନିକ୍‌ ଓ ପ୍ରିୟଙ୍କା ମଧ୍ୟରେ ଛାଡ଼ପତ୍ର ହେବା ଖବରଟି ଗୁଜବ। ଏହି ଖବର ପ୍ରକାଶ ପାଇବା ପରେ ନିକ୍‌ ଓ ପ୍ରିୟଙ୍କାଙ୍କର କିଛି ଏକତ୍ର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ସମ୍ବନ୍ଧିତ ଖବର