ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !

ଭୁବନେଶ୍ୱର: ଗତ ବର୍ଷ କେତେକ ଅଭିନେତାଙ୍କୁ କୌଣସି ଗୋଟିଏ ବି ସିନେମାରେ ଦେଖିବାକୁ ପାଇ ନ ଥିଲେ ଦର୍ଶକ । ଏମାନଙ୍କ ମଧ୍ୟରୁ ଜଣେ ହେଲେ ପୁପିନ୍ଦର । ସେ ‘ କିଛି ଖଟା କିଛି ମିଠା’, ‘ ଜଗୁ ଅଟୋବାଲା’ , ‘ ଶୁଭ ବିବାହ ’, ‘ତୋ’ ବିନା ଭଲ ଲାଗେନା ’ , ‘ରଘୁପତି ରାଘବ ରାଜାରାମ ’ ଏବଂ ‘ ସମୟ ବଡ଼ ବଳବାନ୍‌’ ଭଳି ବେଶ୍‌ କେତୋଟି ଓଡ଼ିଆ ଛବିରେ ନାୟକ ଭୂମିକାରେ ଅଭିନୟ କରିଥିଲେ । ତା’ଛଡା ତାଙ୍କୁ ‘ ଲଭ ଡଟ୍‌ କମ୍‌ ’ ଓ ‘ ଥୁକୁଲ୍‌’ ଭଳି ସିନେମାରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ ।

ପୁପିନ୍ଦର ଜଣେ ପ୍ରଯୋଜକ ମଧ୍ୟ । କିନ୍ତୁ ତାଙ୍କ ପ୍ରଯୋଜିତ କୌଣସି ବି ସିନେମା ଗତ ବର୍ଷ ରିଲିଜ୍‌ ହୋଇ ନଥିଲା। ତେବେ ତାଙ୍କୁ ନିୟମିତ ଭାବେ ଛୋଟ ପରଦାରେ ଦେଖିବାକୁ ମିଳିଥିଲା । ‘ ଜିନା ର ଜୀବନ ସାଥୀ ’ ଭଳି ସୋ’ ର ଉପସ୍ଥାପକ ଭାବେ ଛୋଟ ନଜର ଆସି ଥିଲେ ପୁପିନ୍ଦର ।

ଏବର୍ଷ ତାଙ୍କୁ ଅତି କମରେ ଦୁଇଟି ଓଡ଼ିଆ ସିନେମାରେ ଦେଖିବେ ଦର୍ଶକ ବୋଲି ଆଶା ରହିଛି। ଏହି ଦୁଇଟି ଭିତରୁ ଗୋଟିଏ ହେଲା ‘ଆଖି ବୁଜି ଦେଲେଲେ ତୁ’ ଏବଂ ଅନ୍ୟଟି ହେଲା ‘ଯୋଉଠି ଥିଲେ ବି ତୁ ମୋର’। ପ୍ରଥମଟିରେ ନାୟକ ଭୂମିକାରେ ଦେଖା ଦେବେ ପୁପିନ୍ଦର ଏବଂ ଏଥିରେ ଦୀପିକା ଏବଂ ଜ୍ୟୋତିର୍ମୟୀଙ୍କ ସହ ରୋମାନସ୍‌ କରୁଥିବାର ଦେଖିବାକୁ ପାଇବେ ଦର୍ଶକ। ଆରଟିରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ପୁପିନ୍ଦର ।

ସମ୍ବନ୍ଧିତ ଖବର