ସୋର: ଟ୍ରକ୍‌କୁ ପଛରୁ ପିଟିଲା ଆମ୍ବୁଲାନ୍ସ, ଭାଇ ଭଉଣୀ ମୃତ

ସୋର: ଆଜି ସକାଳେ ପଶ୍ଚିମବଙ୍ଗ ଏଗ୍ରା ଥାନା ମିର୍ଜାପୁର ଗାଁରୁ ଜଣେ ରୋଗୀଙ୍କୁ ନେଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଳକୁ ଆସୁଥିବା ଏକ ଆମ୍ବୁଲାନ୍ସ ସୋର ନିକଟରେ ରାସ୍ତା କଡ଼ରେ ରଖାଯାଇଥିବା ଏକ ଟ୍ରକ୍‌କୁ ପଛରୁ ପିଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମିର୍ଜାପୁର ଗାଁର ବୁଲବୁଲ ବିବି( ୪୦ ବର୍ଷ)ଙ୍କର ଦେହ ଖରାପ ଥିବାରୁ ଆଜି ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତାଙ୍କ ଭାଇ ସେକ୍‌ ଲିକା ଓ ଅନ୍ୟ ସମ୍ପର୍କୀୟମାନେ କଟକ ବଡ଼ ଡାକ୍ତରଖାନାକୁ ଆଣୁଥିଲେ। ସୋର ନିକଟରେ ରାସ୍ତାକଡ଼ରେ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏକ ଟ୍ରକ୍‌କୁ ରଖି ଡ୍ରାଇଭର ଚାହା ପିଇବାକୁ ଯାଇଥିବା ବେଳେ ଆମ୍ବୁଲାନ୍ସଟି ଏହି ଟ୍ରକ୍‌ଟିକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଭଉଣୀ ବୁଲବୁଲ ବିବି ଓ ଭାଇ ସେକ୍‌ ଲିକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ସମ୍ବନ୍ଧିତ ଖବର