ଭୁବନେଶ୍ୱର: ସେ ଓଡ଼ିଶାରେ ଉପସ୍ଥାପିକାଭାବେବେଶ ଲୋକପ୍ରିୟ। ହେଲେ ବଡ଼ ପରଦାରେ ବି କାମ କରିଛନ୍ତି ସେ। ଖାଲି ସେତିକି ନୁହେଁ ସେ ବିବାହିତା ମଧ୍ୟ। ହେଲେ ଏବେ ଓଲିଉଡକୁ ଫେରିଛନ୍ତି । ଏଠାରେ ଯେଉଁ ଯୁବତୀଙ୍କ କଥା କୁହାଯାଉଛି ସେ ହେଲେ ପୁପୁଲ । ଆଗରୁ ତାଙ୍କୁ ପାୟଲ ଭୂୟାଁ ନାଆଁରେ ସମସ୍ତେ ଜାଣୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ‘ଅନୁଭବ-ଏ ଲଭରବୟ’ ଶୀର୍ଷକରେ ଏକ ସିନେମା ତିଆରି ହେଉଛି। ଏହି ସିନେମାର ନାୟକଙ୍କ ନାମ ରହିଛି ଅନୁଭବ ଏବଂ ନାୟିକାଙ୍କ ନାଆଁ ହେଲା ବର୍ଷା। ଏଥିରେ ନାୟକ ଭୂମିକାରେ ଅଛନ୍ତି କ୍ରୀଷ୍ଣା-ଗୋବିନ୍ଦା ଫେମ୍ ସୂରଜ କୁମାର । ଆଉ ତାଙ୍କ ନାୟିକା ବନିଛନ୍ତି ପୁପୁଲ ଯିଏ କି ପୂର୍ବରୁ ସୌମ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶିତ ‘କାଉଁରୀ କନ୍ୟା’ରେ ନାୟିକା ଭୂମିକାରେ ନଜର ଆସିଥିଲେ ବଡ଼ ପରଦାରେ ।ଏହି ସିନେମାରେ ପୁପୁଲଙ୍କୁ ଜଣେ କଲେଜ୍ ପଢ଼ୁଆ ଯୁବତୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ଏବଂ ତାଙ୍କ ପ୍ରେମିକ ଭୂମିକାରେ ଅଛନ୍ତି ସୂରଜ।
ରଂଜନ-ଶଶୀ ପ୍ରଡକସନ୍ ବ୍ୟାନରରେ ନିର୍ମିତ ‘ଅନୁଭବ-ଏ ଲଭର ବୟ’ର ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ବାରିକ। ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଚକ୍ରଧର ଜେନା,କାଳୀଚରଣ,ଦେବୀ ବାରିକ ପ୍ରମୁଖ ଅଛନ୍ତି ।‘ଅନୁଭବ-ଏ ଲଭରବୟ’ର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦ୍ୟନାଥ ଦାସ।