ନୂୂଆଦିଲ୍ଲୀ: ଭାରତରରେ ପ୍ରଥମ ଥର ପାଇଁ ସାନିଟାରି ନ୍ୟାପକିନ ପ୍ରସ୍ତୁତ କରିଥିବା ଅରୁଞ୍ଚଳମ୍ ମୁରୁଗାନଥମ୍ଙ୍କ ଜୀବନୀ ଉପରେ ଆଧାରିତ ପ୍ୟାଡ୍ମ୍ୟାନ ଆସନ୍ତା ଶୁକ୍ରବାର ଦିନ ରିଲିଜ ହେବାକୁ ଯାଉଛି। ଅଭିନେତା ଅକ୍ଷୟ କୁମାର ଚଳଚ୍ଚିତ୍ରଟିର ପ୍ରୋମସନ କରିବାରେ ମନପ୍ରାଣ ଲଗାଇ ଦେଇଥିବା ବେଳେ ତାଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଥିବା ରାଧିକା ଆପ୍ତେ ଏଥିରୁ ଦୂରରେ ରହିଛନ୍ତି। ଏସଂପର୍କରେ ପଚାରାଯିବାରୁ ସେ ଦିଲ୍ଲୀରେ ଅନ୍ୟ ଏକ ଚଳଚ୍ଚିତ୍ରର ସୁଟିଂରେ ବହୁତ ବ୍ୟସ୍ତ ରହିଛନ୍ତି ବୋଲି କହିଛନ୍ତି ରାଧିକା ।
ହେଲେ, ପ୍ରକୃତରେ କଥା କ’ଣ କି, ରାଧିକାଙ୍କର ପୂର୍ବରୁ ହିଁ ଫେବ୍ରୁଆରି ମାସରେ ଅନ୍ୟ ଏକ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବାର ଥିଲା । ଏଥିପାଇଁ ସେ ଦିଲ୍ଲୀରେ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ରହିଛନ୍ତି । ଚଳଚ୍ଚିତ୍ରର ପ୍ରୋମସନରେ ରାଧିକା କାହିଁକି ଭାଗ ନେଉନାହାନ୍ତି ପ୍ରଶ୍ନ ପଚରାଯିବାରୁ ସେ କହିଛନ୍ତି, ପ୍ୟାଡ୍ମ୍ୟାନ ବହୁତ ଭଲ ଚଳଚ୍ଚିତ୍ର। ଅନ୍ୟ ଏକ ଚଳଚ୍ଚିତ୍ରର ସୁଟିଂରେ ମୁଁ ବ୍ୟସ୍ତ ଥିବାରୁ ମୁଁ ଏହାର ପ୍ରୋମସନ ପାଇଁ ସମୟ ଦେଇପାରୁନି । ଏହା ମୋର ଦୁର୍ଭାଗ୍ୟ ବୋଲି କହିଛନ୍ତି ରାଧିକା।