ଦିଲୀପ କୁମାରଙ୍କୁ ବାହା ହେବା ଆଗରୁ ଜଣେ ତିନିଟି ପିଲାର ବାପାଙ୍କ ପ୍ରେମରେ ପାଗଳ ଥିଲେ ସାୟାରା ବାନୋ !

ମୁମ୍ବାଇ: ଆଜି ହେଉଛି ବଲିଉଡର ଖ୍ୟାତନାମା ଅଭିନେତ୍ରୀ ସାୟାରା ବାନୋଙ୍କ ଜନ୍ମ ଦିନ। ୧୯୪୪ ମସିହା ଅଗଷ୍ଟ ୨୩ ତାରିଖରେ ସାୟାରା ବାନୋଙ୍କ ଜନ୍ମ ମସୌରୀଠାରେ ହୋଇଥିଲା। ୧୯୫୯ରେ ତାଙ୍କ ଅଭିନୀତ ପ୍ରଥମ ସିନେମା ‘ଜଙ୍ଗଲୀ’ମୁକ୍ତିଲାଭ କରିଥିଲା। ଶମ୍ମୀ କପୁର ଓ ସାୟାରା ବାନୋ ଷ୍ଟାରର୍‌ ଏହି ସିନେମା ସୁପରହିଟ୍‌ ମଧ୍ୟ ହୋଇଥିଲା।
୧୯୬୫ ମସିହା ଅଗଷ୍ଟ୍‍ ୨୩ ତାରିଖ ଥାଏ ସାୟାରାଙ୍କ ଜନ୍ମଦିନ ନିଜର ବାର୍ଥ ଡ଼େ ପାର୍ଟିକୁ ସାୟାରା ଦିଲୀପ କୁମାର୍‌ଙ୍କୁ ନିୟନ୍ତ୍ରଣ କରିଥିଲେ,କିନ୍ତୁ ସେ ନିଜର ଅସମର୍ଥତା ବ୍ୟକ୍ତ କରିଥିଲେ। ସାୟାରାଙ୍କ ମାଆ ନସୀମ୍‌ ଓ ଭାଇ ସୁଲ୍‌ତାନ୍‌ ଦିଲୀପ୍‌ କୁମାରଙ୍କୁ ବୁଝାଇ ସୁଝାଇ ସେହି ପାର୍ଟିରେ ଆସିବା ଲାଗି ରାଜି କରାଇଲେ।ବାର୍ଥ ଡ଼େ ସେଲିବ୍ରେସନ୍‌ରେ ଦିଲୀପ କୁମାର ଙ୍କୁ ପାଇ ସାୟାରା ଖୁସିରେ ଉଛୁଳି ପଡ଼ିଥିଲେ। ସେତେବେଳକୁ ଦିଲୀପ ସାୟାରାଙ୍କୁ ଭଲଭାବେ ଜାଣି ନ ଥିଲେ।


ସେତେବେଳକୁ ସାୟରା କିନ୍ତୁ ଜଣେ ବିବାହିତ ପୁଣି ତିନିଟି ପିଲାର ବାପା ବନି ସାରିଥିବା ଜଣେ ପୁରୁଷଙ୍କ ପ୍ରେମରେ ପାଗଳ ଥିଲେ। ଏହି ବ୍ୟକ୍ତିଜଣକ ହେଲେ ସେସମୟରେ ଜଣାଶୁଣା ତାରକା ରାଜେନ୍ଦ୍ର କୁମାର। ରାଜେନ୍ଦ୍ର କୁମାରଙ୍କଠାରୁ ଦୂରେଇବା ଲାଗି ସାୟରାଙ୍କ ମାଆନିର୍ଦ୍ଦେଶକ ଏସ୍‌.ମୁଖାର୍ଜୀଙ୍କ ସହାୟତା ନେଇ ଦିଲୀପ କୁମାରଙ୍କ ପାଖକୁ ବାହାଘର ପ୍ରସ୍ତାବ ପଠାଇଥିଲେ। ଏହାର କିଛି ଦିନ ପରେ ନିଜେ ନସୀମ୍‌ ଦିଲୀପଙ୍କ ପାଖକୁ ଯାଇ ସାୟରାଙ୍କୁ ବାହା ହେବା ଲାଗି ପ୍ରସ୍ତାବ ଦେଲେ। କିନ୍ତୁ ସେ ଏହାର କୌଣସି ଉତ୍ତର ଦେଲେନି। ଥରେ ଦିଲୀପ କୁମାର ମାନ୍ଦ୍ରାଜରେ ସୁଟିଂ କରୁଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ।

ଏକଥା ଜାଣିବା ପରେ ସାୟାରା ଫ୍ଲାଇଟ୍‌ରେ ଯାଇ ସେଠାରେ ଦିଲୀପଙ୍କ ସେବା ଶ୍ରୂଶୁଷାରେ ଲାଗି ପଡ଼ିଲେ। ଏହି ଘଟଣା ପରେ ଦିଲୀପ କୁମାର ଧିରେ ଧିରେ ସାୟରାଙ୍କ ପ୍ରତି ଆକର୍ଷିତ ହୋଇଥିଲେ।ଦିଲୀପ କୁମାର ନିଜର ପାରିବାରିକ ଚାପରେ ରହି ୪୪ ବର୍ଷ ବୟସ ହେବା ଯାଏଁ ବିବାହ କରିନଥିଲେ। ୧୯୬୬ ମସିହା ଅକ୍ଟୋବର ୧୧ ତାରିଖରେ ସେ ୨୨ ବର୍ଷୀୟା ଅଭିନେତ୍ରୀ ସାୟରା ବାନୋଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତା’ ପୂର୍ବରୁ ଟ୍ରାଜେଡ଼ି କିଙ୍ଗ୍‌ ଦିଲୀପ ଥିଲେ ‘ଦ ମୋଷ୍ଟ୍‍ ଏଲିଜିବୁଲ୍‌ ବ୍ୟାଚେଲର୍‌’।ବିବାହ ଘୋଷଣା ହେବା ମାତ୍ରେ ସାରା ସିନେ ଜଗତ ଖୁସିରେ ଉଚ୍ଛଳି ପଡ଼ିଥିଲା।

ସମ୍ବନ୍ଧିତ ଖବର