ଏବେ କ’ଣ କରିବାକୁ ଚାହାଁନ୍ତି ରାଣୀ ମୁଖାର୍ଜୀ

ମୁମ୍ବାଇ: ରାଣୀ ମୁଖାର୍ଜୀ ‘ମେହେନ୍ଦୀ’ସିନେମାରୁ ହିରୋଇନ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ତେବେ ଅମୀର୍‌ ଖାନ୍‌ ଷ୍ଟାରର୍‌ ‘ଗୁଲାମ୍‌’ରାଣୀଙ୍କୁ ଷ୍ଟାର୍‌ ଷ୍ଟାଟସ୍‌ ଦେଇଥିଲା। ‘ଗୁଲାମ୍‌’ରିଲିଜ୍‌ ହୋବ ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ରାଣୀ।

ବବଲି ଗର୍ଲ ରାଣୀ ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିବାପରେ ବଲିଉଡ଼୍‍ ରୁ ସାମୟିକ ଭାବେ ଦୂରେଇ ଯାଇଥିଲେ।

ବଲିଉଡ଼୍‍ ନାୟିକା ରାଣୀ ମୁଖାର୍ଜୀ ଚଳିତ ବର୍ଷ ‘ହିଚ୍‌କୀ’ଟାଇଟଲ୍‌ରେ ନିର୍ମିତ ଏକ ଫିଲ୍ମ ଜରିଆରେ ଅଭିନୟକୁ ଫେରିଥିଲେ। ଏହି ଫିଲ୍ମକୁ ଉଭୟ ଦର୍ଶକ ଓ ସମୀକ୍ଷକ ପସନ୍ଦ ମଧ୍ୟ କରିଛନ୍ତି।

‘ହିଚ୍‌କୀ’ ପରେ ରାଣୀ ମୁଖାର୍ଜୀ କେଉଁ ସିନେମାରେ ଅଭିନୟ କରିବେ,ସେଥିନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହେଲେ ଜାଣନ୍ତି,ରାଣୀ ମୁଖାର୍ଜୀ ଏ ସଂପର୍କରେ କ’ଣ କରନ୍ତି। ରାଣୀ ମୁଖାର୍ଜୀ କହନ୍ତି ଯେ,ଯଦି ତାଙ୍କୁ ‘ବଣ୍ଟି ଔର୍‌ ବବ୍‌ଲି’ ଫିଲ୍ମର ସିକ୍ୱେଲ୍‌ ପାଇଁ ଅଫର୍‌ ମିଳେ,ତେବେ ସେ ବିନା ଦ୍ୱିଧାରେ ତାକୁ ସ୍ୱୀକାର କରିବେ। ରାଣୀ ପୁଣି ନାଚିବାକୁ ଚାହାଁନ୍ତି ଓ କମେଡ଼ି କରିବାକୁ ଚାହାଁନ୍ତି ବୋଲି କହିଛନ୍ତି।

ରାଣୀ ମୁଖାର୍ଜୀ କହିଛନ୍ତି ସେ ଦର୍ଶକଙ୍କର ମନୋରଂଜନ କରିବାକୁ ଚାହାଁନ୍ତି। ଏଣୁ ଏଣ୍ଟରଟେନିଂ ଫିଲ୍ମକୁ ଅଗ୍ରାଧିକାର ଦେବେ।

ସମ୍ବନ୍ଧିତ ଖବର