ପଦ୍ମାବତୀ ବିବାଦକୁ ଭୁଲି ଶ୍ରୀଲଙ୍କାରେ ନୂଆବର୍ଷ ଛୁଟି ମନାଇବେ ଦୀପିକା-ରଣବୀର୍‌ !

ମୁମ୍ବାଇ: ଫିଲ୍ମ ‘ପଦ୍ମାବତୀ’କୁ ନେଇ ଚାଲୁଥିବା ବିବାଦ ଦିନକୁ ଦିନ ଘନାଉଥିଲାବେଳେ ଏବେ ଏହାର ରିଲିଜ୍‌ ଡେଟ୍‌କୁ ମଧ୍ୟ ସ୍ଥଗିତ କରାଯାଇଛି। ତେବେ ଏହାର ବିବାଦରେ ଆଦୌ ବିଚଳିତ ହୋଇନାହାନ୍ତି ବଲିଉଡ୍‍ର କ୍ୟୁଟ୍‌ ଯୋଡ଼ି ଅଭିନେତା ରଣବୀର୍‌ ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକନ୍‌। ଏହି ଯୋଡ଼ି ଏବେ ବିବାଦକୁ ଭୁଲି ସେମାନଙ୍କର ବ୍ୟକ୍ତିଗତ ଜୀବନରେ ଖୁସି ମନାଉଛନ୍ତି। ଯଦି ମିଳୁଥିବା ଖବରକୁ ବିଶ୍ୱାସ କରାଯାଏ,ତେବେ ଏହି ଲଭ୍‌ବାର୍ଡ଼ସ୍‌ ନୂଆବର୍ଷ ଛୁଟି ମନାଇବାକୁ ଶ୍ରୀଲଙ୍କା ଗସ୍ତରେ ଯିବାର ଯୋଜନା କରୁଛନ୍ତି।

ତେବେ ଏ ନେଇ ମିଡ଼୍‍-ଡ଼େରେ ପ୍ରକାଶ ପାଇଛି ଯେ,ଦୀପିକା-ରଣବୀର୍‌ ସାଂଗ ହୋଇ ଶ୍ରୀଲଙ୍କାରେ ନୂଆବର୍ଷକୁ ସ୍ୱାଗତ କରିବାର ଯୋଜନା କରିଛନ୍ତି। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଦୀପିକା କୁଆଡ଼େ ନିଜ ପରିବାର ସହିତ ନୂତନ ବର୍ଷକୁ ସ୍ୱାଗତ କରିବେ!
ତେବେ ବିଗତ କିଛି ଦିନ ତଳେ ଦୀପିକା-ରଣବୀର୍‌ଙ୍କ ବ୍ରେକ୍‌ଅପ୍‌ ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା ବେଳେ ନିକଟରେ ଏହି ଯୋଡ଼ିଙ୍କୁ ମୁମ୍ବାଇସ୍ଥିତ ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ଏକାଠି ଡ଼ିନର୍‌ ପାର୍ଟି କରୁଥିବାର ଦେଖିବାକୁ ମିଳିଥିଲା। ତେବେ ଏ ଯାଏଁ ଦୀପିକା-ରଣବୀର୍‌ କେବେ ମୁହଁ ଖୋଲୁ ନ ଥିଲେ ହେଁ ଦୁହେଁ ଦୁହିଁଙ୍କ ସହିତ ବହୁତ ସମୟ ବିତାଉଥିବାର ଦେଖାଯାଉଛି। ଯାହାକୁ ଦେଖି ଯେ କେହି ବି ଅନୁମାନ ଲଗାଇପାରିବେ କି ଏମାନଙ୍କ ମଧ୍ୟରେ ପ୍ରେମସଂପର୍କ ରହିଛି।

ସମ୍ବନ୍ଧିତ ଖବର