ହଠାତ୍‌ ଅମିତାଭଙ୍କୁ ପଛପଟେ ଦେଖି ଚମକି ପଡ଼ିଲେ ରେଖା, ପୁଣି ଚର୍ଚ୍ଚାରେ ବଲିଉଡ୍‌ ସେହେନ୍ସା ଓ ଗ୍ଲାମରଗାର୍ଲଙ୍କ ପ୍ରେମ କାହାଣୀ

0 1,551

ମୁମ୍ବାଇ: ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ରେଖାଙ୍କ ରୋମାନ୍‌ସ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ନିକଟରେ ଏକ କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନଙ୍କ ଫଟୋ ଦେଖି ରେଖା ଚମକି ପଡ଼ିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରେଖା ଓ ଅମିତାଭ ଦୁହେଁ ନିଜ ନିଜ ଲାଇଫରେ ଆଗକୁ ବଢିସାରିଛନ୍ତି । ଆଜି ବି ଦୁହେଁଙ୍କୁ ଯଦି କୌଣସି କାର୍ଯ୍ୟକ୍ରମରେ ଭେଟାଭେଟି ହେବାର ଦେଖିବାକୁ ମିଳେ ସେମାନଙ୍କ ପ୍ରେମକାହାଣୀ ବିଷୟରେ ପୁଣି ଚର୍ଚ୍ଚା ହୋଇ ଉଠେ।

ନିକଟରେ ଏମିତି ଘଟଣା ବଲିଉଡର ପପୁଲାର ଫଟୋଗ୍ରାଫର ଡବୁ ରତ୍ନାନୀଙ୍କ କ୍ୟାଲେଣ୍ଡର ଫଟୋସୁଟ ଇଭେଣ୍ଟରେ ଦେଖିବାକୁ ମିଳିଛି। ଡବୁ ରତ୍ନାନୀଙ୍କ କ୍ୟାଲେଣ୍ଡର ଲଞ୍ଚ ଅବସରରେ ସେଠାର ଅନେକ ତାରକା ପହଞ୍ଚିଥିଲେ । ଏଥିରେ ରେଖାଙ୍କ ସମେତ ବିଦ୍ୟା ବାଲନ, ଟାଇଗର ସର୍ଫ, କ୍ରୀର୍ତ୍ତି ସାନନ୍‌ ମଧ୍ୟ ସାମିଲ ଥିଲେ ।

ଏହି ଇଭେଣ୍ଟରେ ରେଖାଙ୍କ ଏକ୍ସପ୍ରେସନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ଫଟୋସୁଟରେ ରେଖା ଗ୍ଲାମରିୟସ ଅନ୍ଦାଜରେ ନଜର ଆସିଥିଲେ । ତେବେ ମିଡିଆର ଫଟୋସୁଟ୍‌ ସମୟରେ ଖୁବ୍‌ ଖୁସି ମଧ୍ୟ ଥିଲେ ରେଖା । କିନ୍ତୁ ହଠାତ ପଛକୁ ବୁଲି ଅମିତାଭ୍‌ଙ୍କ ପୋଷ୍ଟର ଦେଖିବାପରେ ସେଠାରେ ଫଟୋସୁଟ୍‌ ନ କରାଇ ଚାଲି ଆସିଥିଲେ ରେଖା । ଆଉ ଏସବୁ କ୍ୟାମେରାରେ କୈଦ୍‌ ହୋଇଯାଇଥିଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.