ମୁମ୍ବାଇ: ‘ବତ୍ତି ଗୁଲ୍ ମିଟର୍ ଚାଲୁ’ ସିନେମା ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଏଥିରେ ଶାହିଦ୍ କପୁରଙ୍କ ସହିତ ଜଣେ ନାୟିକାଙ୍କର ଏକ ଜବରଦସ୍ତ ଡ୍ୟାନସ୍ ରହିଛି । ଏହି ଗୀତଟି ଏକ ପୁରୁଣା ସିନେମା ‘କଂଘାଲନ୍’ର।
ଏଥିରେ ଥିବା ଏକ ଗୀତ ଆଜି ବି ମନେ ଥିବ ଏହି ଗୀତଟି ହେଲା ଉର୍ବଶୀ ଉର୍ବଶୀ….।ଏହି ଗୀତରେ ପ୍ରଭୁ ଦେବା ଜବରଦସ୍ତ ନୃତ୍ୟ କରିଥିଲେ।
ଏବେ ଏହି ଗୀତର ନୂଆ ଭର୍ସନ ରହିଛି ଫିଲ୍ମରେ। ଏ.ଆର୍ ରହେମାନ୍ଙ୍କ ସ୍ୱର ସଂଯୋଜିତ ‘ଉର୍ବଶୀ ଉର୍ବଶୀ….’ଗୀତରେ କଣ୍ଠଦାନ କରିଥିଲେ ନିଜେ ଏ.ଆର୍ ରହେମାନ୍,ଶଙ୍କର ମହାଦେବନ୍ ଓ ଜୋଏଲ୍ ଜେମ୍ସ।ଏହାର ନୂଆ ଭର୍ସନ ଗାଉଛନ୍ତି ହନି ସିଂହ। ସେ ଏହାର ଗୀତିକାର ମଧ୍ୟ ।
‘ବତ୍ତି ଗୁଲ୍ ମିଟର୍ ଚାଲୁ’ରେ ଥିବା ଏହି ଗୀତଟିରେ କିନ୍ତୁ ଉର୍ବଶୀ ପୂର୍ବ ଭଳି ରହିଛି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ,ଏହି ଗୀତ ଦୃଶ୍ୟରେ ଶାହିଦ୍ କପୁରଙ୍କ ସହ ଫିଲ୍ମରେ ଅଭିନୟ କରୁଥିବା ଦୁଇନାୟିକା ଗୌତମ୍ ବା ଶ୍ରଦ୍ଧା କପୁରଙ୍କ ଭିତରୁ କାହାରିକୁ ଦେଖିବାକୁ ମିଳିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଡ୍ୟାନ୍ସ ନମ୍ବରରେ ଶାହିଦ୍ କପୁରଙ୍କ ସହ ନୃତ୍ୟ କରିଛନ୍ତି କିଆରା ଆଡଭାନୀ।ଏହି ଗୀତକୁ ନେଇ କିଆରା ଖୁବ୍ ଉତ୍ସାହିତ ଅଛନ୍ତି।