ରୋମାନ୍ସ କରିବା ପାଇଁ ପ୍ରେମିକା ଘରକୁ ଯାଇଥିବା ବେଳେ ଆସି ଯାଇଥିଲେ ବାପା-ମା’, ଧରା ପଡ଼ିବା ଭୟରେ ଆଲମାରୀରେ ଲୁଚିଗଲେ,ତା’ପରେ…

ମୁମ୍ବାଇ: ବଲିଉଡ୍‌ ଟାଇଗରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ତାଙ୍କ ପ୍ରଶଂସକମାନେ ଚାହିଁ ବସିଥାନ୍ତି । ସେ କେବେ ବିବାହ କରିବେ ନେଇ ସବୁ ବେଳେ ଚର୍ଚ୍ଚା ଚାଲୁଥିବା ବେଳେ ସଲମାନ ନିଜ ପ୍ରେମ କାହାଣୀ ବିଷୟରେ ସମସ୍ତଙ୍କୁ କହିଛନ୍ତି । ରିୟାଲିଟି ସୋ’ ‘ଦଶ୍‌କା ଦମ୍‌’ରେ ସେ ହୋଷ୍ଟ ହୋଇଥିବା ବେଳେ ଏହି ସୋ’ରେ ସେ ନିଜ ସହ ଘଟିଥିବା ଏକ ମଜାଦାର ଘଟଣା ସମସ୍ତଙ୍କ ସହ ସେୟାର କରିଛନ୍ତି । ଥରେ ସେ ନିଜ ପ୍ରେମିକାଙ୍କ ମାତା-ପିତାଙ୍କଠାରୁ ବଞ୍ଚିବା ପାଇଁ ଆଲମାରୀ ଭିତରେ ଲୁଚିଥିବା ବେଳେ କେମିତି ଧରା ପଡ଼ିଥିଲେ ତାହା ବଖାଣିଛନ୍ତି।

NewsX

ସଲମାନଙ୍କ କହିବା ଅନୁଯାୟୀ, ଯେତେବେଳେ ମୁଁ ମୋ ପୂର୍ବ ପ୍ରେମିକାଙ୍କ ଘରକୁ ଯାଇଥିଲି । ହଠାତ୍‌ ତାଙ୍କ ମାତା-ପିତା ଆସି ଯାଇଥିଲେ । ଧରା ନ ପଡ଼ିବା ପାଇଁ ମୁଁ ରୁମ୍‌ରେ ଥିବା ଆଲମାରୀରେ ଲୁଚି ଯାଇଥିଲି । ସବୁ କିଛି ଠିକ୍‌ ଥିବା ବେଳେ ଆଲମାରୀରେ ଜମି ଥିବା ଧୂଳି ମୋତେ ଧରା ପକାଇ ଦେଇଥିଲେ । ଧୂଳି ପାଇଁ ଛିଙ୍କ ହେବାରୁ ମୋ ପ୍ରେମିକାଙ୍କ ମାତା-ପିତା ମୁଁ ଆଲମାରୀରେ ଲୁଚି ଥିବା ଜାଣି ନେଇଥିଲେ । କିନ୍ତୁ ମୁଁ ତାଙ୍କୁ ପସନ୍ଦ ଆସିବାରୁ ସେ ମୋତେ କିଛି କହି ନଥିଲେ ବୋଲି ସଲମାନ କହିଛନ୍ତି । ତେବେ ତାଙ୍କର ସେହି ପ୍ରେମିକାଙ୍କ ନାଁ କ’ଣ ସେ ବିଷୟରେ କିଛି କହି ନଥିଲେ ସଲମାନ ।

ସମ୍ବନ୍ଧିତ ଖବର