ସଲମାନଙ୍କ ପୂର୍ବ ପ୍ରେମିକାଙ୍କ ଚାଞ୍ଚଲ୍ୟକର ବୟାନ : ୫ ବର୍ଷ ବୟସରେ ହୋଇଥିଲି ଯୌନ ଶୋଷଣର ଶିକାର

ମୁମ୍ବାଇ : ଭାରତରେ ଏବେ #ମି ଠୁ ଅଭିଯାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଦିନକୁ ଦିନ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଆରମ୍ଭରୁ ଏହାକୁ ଏତେ ଗୁରୁତ୍ୱ ମିଳି ନଥିବା ବେଳେ ଏଇ କିଛି ଦିନ ମଧ୍ୟରେ ଏହାକୁ ଅନେକ ଗୁରୁତ୍ୱ ମିଳିବା ସହ ଅନେକ ମହିଳା ଏହା ମାଧ୍ୟମରେ ନିଜ ଦୁଃଖ ଜଣାଇଛନ୍ତି ।

ବର୍ଷ ବର୍ଷ ପୂର୍ବରୁ ସେ ଯେଉଁ ଯୌନ ଶୋଷଣର ଶିକାର ହୋଇଥିଲେ ଏବେ ତାହାର ଖୁଲାସା କରିବା ସହ ଅନେକଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି । ଏବେ ଏହି ସୂଚୀରେ ନିଜ ନାଁ ସାମିଲ କରିଛନ୍ତି ବଲିଉଡ୍‌ର ସୁଲତାନ ସଲମାନ୍‌ ଖାନ୍‌ଙ୍କ ପୂର୍ବ ପ୍ରେମିକା ସୋମି ଅଲ୍ଲୀ । ୫ ବର୍ଷ ବୟସରେ ସେ ଯୌନ ଶୋଷଣର ଶିକାର ହୋଇଥିବା କଥା କହିବା ପରେ ଏ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ ଘରେ କାମ କରୁଥିବା ଜଣେ ଗୃହ ସହାୟକ ତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିବା ସହ ଅସଦାଚରଣ କରିଥିଲେ । ସେ ସମୟରେ ସେ କିଛି ଜାଣି ପାରି ନ ଥିବା ବେଳେ ପରେ ସେ ସବୁ ବୁଝି ପାରି ନ ଥିଲେ । କିନ୍ତୁ ଘରର ଅବସ୍ଥା ଦେଖି ସେ କିଛି କହି ପାରି ନ ଥିଲେ ।

jansatta.com

ତାଙ୍କ କହିବା ଅନୁଯାୟୀ, ପାକିସ୍ଥାନର ଘରୋଇ ହିଂସାର ପରିବେଶରେ ମୁଁ ବଢ଼ିଛି । ସେ ସମୟରେ ମୋ ମା’ ଏବଂ ତାଙ୍କ ବନ୍ଧୁ ଘରୋଇ ହିଂସାର ଶିକାର ହେଉଥିବାର ମୁଁ ଦେଖିଛି । କିନ୍ତୁ ଏତେ ଦୁଃଖ ସହି ମଧ୍ୟ କେହି ମୁହଁ ଖୋଲନ୍ତି ନାହିଁ । ଯାହା ପାଇଁ ମୋତେ ଚୁପ୍‌ ରହିବା ପାଇଁ ପଡ଼ିଥିଲା । କିନ୍ତୁ ଏବେ ମୋତେ #ମି ଠୁ ଅଭିଯାନ ମାଧ୍ୟମରେ ସୁଯୋଗ ମିଳିବାରୁ ମୁଁ ମୋ ଦୁଃଖ ସମସ୍ତଙ୍କୁ କହିବାରେ ସଫଳ ହୋଇଛି ବୋଲି ସୋମି ଅଲ୍ଲୀ କହିଛନ୍ତି ।

ସୂଚନା ମୁତାବକ, ସଲମାନଙ୍କ ବଡ଼ ପ୍ରଶଂସକ ହୋଇଥିବା ହେତୁ ତାଙ୍କୁ ଦେଖା କରିବା ପାଇଁ ୧୬ବର୍ଷ ବୟସରେ ଭାରତ ଆସିଥିଲେ ସୋମି । ସଲମାନଙ୍କୁ ଦେଖା କରିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା, ଯାହା ୮ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ୨୦୦୨ରେ ଦୁହିଁଙ୍କ ମଧ୍ୟରେ ସଂପର୍କ ବିଚ୍ଛିନ୍ନ ହୋଇ ଯାଇଥିଲା । ଏବେ ସୋମି ନିଜର ଏକ ଏନ୍‌ଜିଓ ଚଳାଉଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର