ସଲମାନ୍‌ ପ୍ରଥମେ କାହାକୁ ଆଗେ ନିଜର ରିଲିଜ୍‌ ହେବାକୁ ଥିବା ସିନେମା ଦେଖାଇଥାନ୍ତି?

ମୁମ୍ବାଇ: ଗତକାଲି ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନଙ୍କ ପିତା ସଲିମ୍‌ ଖାନ୍‌ଙ୍କର ଥିଲା ୮୨ତମ ଜନ୍ମଦିନ। ସଲିମ୍‌ ଖାନ୍‌ ୧୯୩୫ ମସିହା ନଭେମ୍ବର ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଏହି ଅବସରରେ ସଲମାନ୍‌ ଖାନ୍‌ ତାଙ୍କ ପିତାଙ୍କ ସହ ନିଜର ସଂପର୍କରେ ପ୍ରସଙ୍ଗରେ ମନ କଥା ଖୋଲି କହିଥିଲେ । ସେ କହିଛନ୍ତି ଯେ ଆଜି ବି ଘରର ସବୁ ମାମଲାରେ ପିତାଙ୍କ ନିଷ୍ପତ୍ତିକୁ ସ୍ୱୀକାର କରନ୍ତି। କୌଣସି କଥାରେ ବି ସେ ବାପାଙ୍କ କଥାକୁ ଅମାନ୍ୟ କରନ୍ତି ନାହିଁ ବୋଲି ସଲମାନ୍‌ କହିଛନ୍ତି। ସବୁଠୁ ବଡ଼ କଥା ହେଲା ଯେ ତାଙ୍କର କୌଣସି ସିନେମା ରିଲିଜ୍‌ ପାଇଁ ରେଡି ହେଲେ ସଲମାନ୍‌ ପ୍ରଥମେ ତାକୁ ଆଗେ ପିତା ସଲିମ୍‌ ଖାନଙ୍କୁ ଦେଖାଇଥାନ୍ତି।

photo-bollywoodlife.com

ଅବରପକ୍ଷରେ ସଲମାନ୍‌ ଖାନ୍‌ ଅନ୍ୟ ପ୍ରସିଦ୍ଧ ଲେଖକଙ୍କର କାହାଣୀ ଆଧାରିତ ସିନେମାରେ ଅଭିନୟ କରୁଛନ୍ତି ,ଅଥଚ ସେ କାହିଁକି ପିତା ସଲିମ୍‌ ଖାନ୍‌ଙ୍କ କୌଣସି ସ୍କ୍ରିପ୍ଟ ଉପରେ ପର୍ଯ୍ୟବସିତ ଫିଲ୍ମରେ କାମ କରୁ ନାହାନ୍ତି ? କ’ଣ ଏଥି ଲାଗି ପ୍ରସ୍ତୁତ ନୁହନ୍ତି ସଲିମ୍‌ । ଏଭଳି ପ୍ରଶ୍ନ ସିନେପ୍ରେମୀଙ୍କ ମନରେ ଆଜି ନୁହେଁ ବରଂ ବହୁ ଦିନରୁ ଉଠୁଛି । ହେଲେ ଏହାର ଉତ୍ତର ମିଳୁ ନଥିଲା । ଏବେ ଏହାର ଉତ୍ତର ମିଳିଯାଇଛି । ପ୍ରଖ୍ୟାତ ଲେଖକ ସଲିମ୍‌ ଖାନ୍‌ ଏହାର ଉତ୍ତରରେ କହିଛନ୍ତି ‘ ଯଦି ମୁଁ ମୋର ସୁପରଷ୍ଟାର୍‌ ପୁଅ ସଲମାନ୍‌ ଖାନ୍‌ ପାଇଁ ସ୍କ୍ରିପ୍ଟ୍‌ ଲେଖିବି ଏବଂ ସଂଯୋଗବଶତଃ ସେହି ଫିଲ୍ମ ନ ଚାଲିଲା ତେବେ ବିଫଳତା ଲାଗି ମୋତେ ଦାୟୀ କରାଯିବ । ଆଉ ଯଦି ସିନେମାଟି ସୁପରହିଟ୍‌ ହୋଇଯାଏ ତେବେ ସବୁତକ କ୍ରେଡିଟ୍‌ ପୁଅ ନେଇଯିବ ।’

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଲିମ୍‌ ଖାନ୍‌ ଜାଭେଦ୍‌ ଅଖତର୍‌ଙ୍କ ସହ ମିଶି ସଲିମ୍‌ – ଜାଭେଦ୍‌ ଯୋଡି ବନାଇ ‘ଶୋଲେ’, ‘ଦିଓ୍ଵାର୍‌’, ‘କ୍ରାନ୍ତି’,‘ଜଞ୍ଜିର୍‌’,‘ଶକ୍ତି’,ସୀତା ଔର୍‌ ଗୀତା’ ଏବଂ ‘ଶାନ୍‌’ ଭଳି କେତେକ ଲୋକପ୍ରିୟ ସିନେମାର ସ୍କ୍ରିପ୍ଟ୍‌ ଲେଖିଥିଲେ ।

ସମ୍ବନ୍ଧିତ ଖବର