ରାଜକୁମାର ହିରାନୀଙ୍କ ବିରୋଧରେ ଆସିଥିବା #ମି ଠୁ ଅଭିଯୋଗକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ସଞ୍ଜୟ ଦତ୍ତ

ମୁମ୍ବାଇ : ସାମ୍ବାଦିକ ରାଜୀବ ମସନ୍ଦଙ୍କୁ ସାକ୍ଷାତକାର ଦେଇ ଅନେକ ବିଷୟ ଉପରେ ନିଜର ମତ ରଖିଥିଲେ ଅଭିନେତା ସଞ୍ଚୟ ଦତ୍ତ । ଏପ୍ରିଲ ୧୭ରେ ତାଙ୍କ ଫିଲ୍ମ ‘କଲଙ୍କ’ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଫିଲ୍ମର ପ୍ରମୋସନ ପାଇଁ ସଞ୍ଜୟ ଦତ୍ତ ରାଜୀବ ମସନ୍ଦଙ୍କ ସୋ’ରେ ଯାଇ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ଫିଲ୍ମ ସହ ଜଡ଼ିତ ବିଭିନ୍ନ ବିଷୟରେ ପଚାରାଯିବା ସହ ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା ।

Times of India

କିଛି ମାସ ତଳେ ରାଜକୁମାରଙ୍କ ଉପରେ ଲାଗିଥିବା ଯୌନ ଅସଦାଚରଣର ଅଭିଯୋଗକୁ ନେଇ କ’ଣ କହିବାକୁ ଚାହାଁନ୍ତି ବୋଲି ପଚରାଯିବା ପରେ, ମୁଁ ସେ ସବୁ ଅଭିଯୋଗକୁ ବିଶ୍ୱାସ କରେ ନାହିଁ ଏବଂ ଅଭିଯୋଗ ଲାଗିବା ସମୟରେ ମଧ୍ୟ କରି ନ ଥିଲି । ମୁଁ ତାଙ୍କ ସହ ଅନେକ ବର୍ଷରୁ ଏକାଧିକ ଫିଲ୍ମରେ କାମ କରିଛି । ଜାଣି ପାରୁ ନାହିଁ, ସେ ମହିଳାଜଣଙ୍କ ଏଭଳି ଅଭିଯୋଗ କାହିଁକି ଆଣିଲେ । ଯଦି ତାଙ୍କ ସହ ସେଭଳି କିଛି ଘଟିଥିଲା । ତେବେ ଏଭଳି ପବ୍ଲିସିଟି ନ କରି ପୁଲିସରେ ଯାଇ ଅଭିଯୋଗ କରିବାର ଥିଲା । ମୋ ହିସାବରେ ରାଜକୁମାର କେବେ ହେଲେ ଏଭଳି କରି ନଥିବେ ବୋଲି କହିଥିଲେ ସଞ୍ଜୟ ଦତ୍ତ ।

ସମ୍ବନ୍ଧିତ ଖବର