‘ସାତ ସମନ୍ଦର ପାର୍‌’ ଗୀତରେ ନାଚି ନିଜ ଦକ୍ଷତାର ପ୍ରଥମ ଝଲକ ଦେଖାଇଲେ ସାରା ଅଲ୍ଲୀ ଖାନ୍‌, ଭାଇରାଲ ହେଲା ଭିଡିଓ

ମୁମ୍ବାଇ: ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ସଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ଙ୍କ ଡ୍ୟାନ୍ସର ଜଲ୍‌ଓ୍ଵା । ଡ଼ିଜାଇନର ସନ୍ଦୀପ୍‌ ଖୋସ୍‌ଲାଙ୍କ ଭାଣିଜୀଙ୍କ ବିବାହ ଉତ୍ସବରେ ଯୋଗ ଦେଇ ସେ ତାଙ୍କର ଡ୍ୟାନ୍ସ ଜଲଓ୍ଵା ଦେଖାଇଥିଲେ ବୋଲି ଜଣା ପଡ଼ିଛି । ଏହି ବାହାଘରରେ ନିର୍ଦ୍ଦେଶକ କରଣ ଜୋହର ଏବଂ ଶ୍ୱେତା ବଚ୍ଚନଙ୍କୁ ମଧ୍ୟ ନାଚିବାର ଦେଖିବାକୁ ମିଳିଥିଲା । କିନ୍ତୁ ସାରାଙ୍କ ନାଚ ଦେଖିବା ପରେ ସମସ୍ତଙ୍କ ରଙ୍ଗ ସେଠାରେ ଫିକା ପଡ଼ି ଯାଇଥିଲା । ଚିରସବୁଜ ହୋଇ ରହିଥିବା ଗୀତ ‘ସାତ୍‌ ସମନ୍ଦର ପାର’୍‌ ଗୀତରେ ନିଜ ଠୁମ୍‌କା ଲଗାଇ ସେ ଉପସ୍ଥିତ ଥିବା ଲୋକଙ୍କୁ ମତୁଆଲା କରିଥିଲେ । ଯାହାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ସାଇଟ୍‌ରେ ଏବେ ଭାଇରାଲ ହୋଇଛି ।

 ଭିଡ଼ିଓ ଦେଖିବା ପରେ ଆଗକୁ ରିଲିଜ ହେବାକୁ ଥିବା ସାରାଙ୍କ ଫିଲ୍ମ ବକ୍ସ ଅଫିସରେ ଧୁମ୍‌ ମଚାଇବ ବୋଲି ସମସ୍ତେ କହିବା ଆରମ୍ଭ କରି ଦେଇଛନ୍ତି । ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏବେ ସେ କରିଥିବା ନାଚକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟ ପକ୍ଷରେ ଏହି ବିବାହ ଭୋଜିରେ ସାରାଙ୍କ ବ୍ୟତୀତ ଅନେକ ବଡ଼ ବଡ଼ କଳାକାର ଯୋଗ ଦେଇଥିଲେ । ସାରାଙ୍କ ସମେତ କରଣ ଜୋହର ଏବଂ ଶ୍ୱେତା ବଚ୍ଚନଙ୍କ ଡ଼୍ୟାନ୍ସର ଭିଡ଼ିଓ ମଧ୍ୟ ସୋସିଆଲ ସାଇଟ୍‌ରେ ଭାଇରାଲ ହୋଇଛି ।

ସମ୍ବନ୍ଧିତ ଖବର