ସମଲିଙ୍ଗୀ ସଂପର୍କକୁ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ନିଜର ମତ ରଖିଲେ କରଣ : ଦେଶକୁ ପୁଣି ଥରେ ଅମ୍ଲଜାନ ମିଳିଗଲା
ମୁମ୍ବାଇ: ପ୍ରାପ୍ତ ବୟସ୍କମାନଙ୍କ ପାଇଁ ସହମତି ଭିତ୍ତିରେ ସମଲିଙ୍ଗୀ ଶାରୀରିକ ସଂପର୍କ ଅପରାଧ ନୁହେଁ । ଏବେ ସମଲିଙ୍ଗୀମାନେ ପରସ୍ପର ସହ ଶାରୀରିକ ସଂପର୍କ ରଖି ପାରିବେ ବୋଲି ଗୁରୁବାର ସୁପ୍ରିକକୋର୍ଟ ରାୟ ଦେଇଛନ୍ତି। ଏହି ରାୟକୁ ଐତିହାସିକ କୁହାଯିବା ସହ ପ୍ରଶଂସା କରାଯାଇଛି। ସମଲିଙ୍ଗୀମାନେ ସେମାନଙ୍କୁ ଯୌନ ସ୍ୱାଧୀନତା ମିଳିବା ଖୁସିରେ ଆନନ୍ଦ ଜାହିର କରୁଥିବା ଦେଖାଯାଇଛି । ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରକାଶ ପାଇବା ପରେ ବଲିଉଡ୍ର ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଦେଶକୁ ପୁଣି ଥରେ ଅମ୍ଲଜାନ ମିଳିଗଲା ବୋଲି କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
Historical judgment!!!! So proud today! Decriminalising homosexuality and abolishing #Section377 is a huge thumbs up for humanity and equal rights! The country gets its oxygen back! ????????? pic.twitter.com/ZOXwKmKDp5
— Karan Johar (@karanjohar) 6 September 2018
ସେ ଟ୍ଵିଟ୍ କରି କହିଛନ୍ତି କି ଏହା ଏକ ଐତିହାସିକ ରାୟ । ଆଜି ମୁଁ ବହୁତ ଗର୍ବିତ । ସମଲିଙ୍ଗୀ ସଂପର୍କକୁ ଅପରାଧର ପରିସରରୁ ବାହାର କରିବା ଏବଂ ଧାରା ୩୭୭କୁ ରଦ୍ଦ କରିବା ମାନବିକତା ତଥା ସମାନ ଅଧିକାର ପାଇଁ ମହତ୍ତ୍ୱପୂର୍ଣ୍ଣ । ଦେଶକୁ ପୁଣି ଥରେ ଅମ୍ଲଜାନ ମିଳିଯାଇଛି ବୋଲି ଲେଖିଛନ୍ତି । କେବଳ କରଣ ନୁହନ୍ତି,ବଲିଉଡ୍ର ଅନେକ କଳାକାର ଏହି ରାୟକୁ ସମର୍ଥନ ଜଣାଇବା ସହ ପ୍ରଶଂସା କରିଥିବା ଦେଖା ଯାଇଛି ।