ଟୁଇଟ୍ରରେ ୩୯ ମିଲିୟନ୍ରେ ପହଞ୍ଚିଲା କିଙ୍ଗ୍ ଖାନ୍ଙ୍କ ଫଲୋୟର୍ସ ସଂଖ୍ୟା, ଛୁଟିଲା ଶୁଭେଚ୍ଛାର ସୁଅ
ମୁମ୍ବାଇ : ବଲିଉଡ୍ର କିଙ୍ଗ୍ ଖାନ୍ ବା ବାଦ୍ଶାହା ଭାବେ ଲୋକପ୍ରିୟ ଅଭିନେତା ଶାହାରୁଖ୍ ଖାନ୍ ଏବେ ଆଉ ଏକ ସଫଳତା ହାସଲ କରିଛନ୍ତି । ଫିଲ୍ମ ଜରିଆରେ ଅସଲ ରୋମାନ୍ସ କ’ଣ, ତାହା ନିଜ ପ୍ରଶଂସକମାନଙ୍କୁ ଜଣାଇବା ସହ ଏବେ ବି ନିଜ ପ୍ରଶଂସକଙ୍କ ମନରେ ରାଜ୍ କରୁଛନ୍ତି ଶାହାରୁଖ୍ । ଏତେ ଦିନ ପର୍ଯ୍ୟନ୍ତ ସେ ନିଜର ଷ୍ଟାରଡମ୍ ବଜାୟ ରଖିଥିବା ବେଳେ ଟୁଇଟ୍ରରେ ତାଙ୍କ ଫଲୋୟର୍ସ ସଂଖ୍ୟା ୩୯ମିଲିୟନ୍ ଛୁଇଁଛି । କେବଳ ଭାରତରେ ନୁହେଁ, ବରଂ ଭାରତ ବାହାରେ ମଧ୍ୟ ଏବେ ବି ତାଙ୍କ ପୁରୁଣା ଫିଲ୍ମର ଚର୍ଚ୍ଚା ହୁଏ । ଗୀତର ଅର୍ଥ ନ ବୁଝି ମଧ୍ୟ ଅନେକ ବିଦେଶୀ ନାଗରିକ ତାଙ୍କ ଗୀତରେ ଭିଡିଓ ବନାଉଥିବାର ଦେଖାଯାଏ, ଯାହା ଅନେକ ସମୟରେ ଭାଇରାଲ ମଧ୍ୟ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଟୁଇଟ୍ରରେ ଫଲୋୟର୍ସ ସଂଖ୍ୟା ୩୯ମିଲିୟନ୍ ହେବା ପରେ ତାଙ୍କ ପ୍ରଶଂସକମାନେ ଏବେ #ଏସ୍ଆର୍କେ୩୯ମିଲିୟନ୍ ଲେଖି ଟ୍ରେଣ୍ଡିଂ କରିବା ଆରମ୍ଭ କରିଛନ୍ତି । ଟୁଇଟ୍ରରେ ସେ ମାତ୍ର ୭୯ଲୋକଙ୍କୁ ଫଲୋ କରୁଥିବା ଜଣାପଡ଼ିଛି ।