ମଦ ପିଇ ସାହିଦ୍ କରୁଛନ୍ତି ହଙ୍ଗାମା
ନୂଆଦିଲ୍ଲୀ: ସାଉଥ୍ ସିନେମାର ରିମେକ୍ରେ ଏକ ନୂଆ ନାମ ସିନେମା ‘କବୀର ସିଂହ’ ଯୋଡ଼ି ହୋଇଯାଇଛି। ‘ଅର୍ଜୁନ୍ ରେଡ୍ଡି’ ତେଲୁଗୁର ସୁପରହିଟ ସିନେମା ଉପରେ ବନାଉଥିବା ଏହି ସିନେମାରେ ଅଭିନେତା ସାହିଦ କପୁର କବୀର ସିଂହଙ୍କ ଭୂମିକାରେ ନଜର ଆସିବେ। ଆଜି ଏହି ସିନେମାର ଟିଜର ରିଲିଜ ହୋଇଛି। ଟିଜର ଦେଖି ଲାଗୁଛି କି ଏହା ଏକ ଧମାକାଦର ଆକସନ୍ ସିନେମା ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ସାହିଦ କପୁର ସିନେମାରେ ଜଣେ ଦିଲ୍ଲୀର ପୁଅ ଭୂମିକାରେ ଅଭିନୟ କରୁଛନ୍ତି। ସିନେମାରେ ସାହିଦ୍ ଜଣେ ମଦପ୍ରେମୀ ନଚେତ ପରିସ୍ଥିତିରେ ପଡ଼ି ମଦୁଆ ହୋଇଯାଇଥିବା ଦେଖିବାକୁ ମିଳୁଛି। ସାହିଦ ଏହି ସିନେମା ପାଇଁ ଖୁବ୍ ପରିଶ୍ରମ କରିଛନ୍ତି। ସାଉଥ୍ ହିରୋ ବିଜୟ ଦେବରକୋଣ୍ଡାଙ୍କ ଲୁକ୍ ସହିତ ନିଜକୁ ଖାପଖୁଆଇ ନେଇଛନ୍ତି।
ଏହି ସାଉଥ୍ ସିନେମାରେ ବିଜୟ ଦେବରକୋଣ୍ଡା ଓ ସାଲିନି ପାଣ୍ଡେ ମୁଖ୍ୟ ଭୂମିକାରେ ନିଜର ଆସିଥିଲେ। ଯାହାକୁ ଏବେ ସାହଦ ପୁର ଓ କିୟାରା କରିବାକୁ ଯାଉଛନ୍ତି। ତେଲୁଗୁରେ ଏହି ସିନେମାକୁ ସନ୍ଦୀପ ବାଙ୍ଗା ରେଡ୍ଡି ନିର୍ଦ୍ଦେଶନା ଦେଇଥିଲେ। ଏବେ ସେ ହିଁ ଏହାର ହିନ୍ଦୀ ରିମେକ୍ କରିବାକୁ ଯାଉଛନ୍ତି। ସିନେମା ଟି ଜୁନ୍ ୨୧ରେ ରିଲିଜ ହେବ।