ମୁମ୍ବାଇ : ବଲିଉଡ୍ର ବଡ଼ ବଡ଼ କଳାକାର ଜଣେ ପରେ ଜଣେ କର୍କଟର ଶିକାର ହେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହାକୁ ନେଇ ମିଥ୍ୟ ପ୍ରଚାର କରାଯାଉଥିବା ସାମ୍ନାକୁ ଆସିଛି । ଅଭିନେତା ଇର୍ଫାନ ଖାନ୍,ଋଷି କପୁର ଏବଂ ଅଭିନେତ୍ରୀ ସେନୋଲି ବେନ୍ଦ୍ରେଙ୍କ ପରେ ଦୁଇ ଦିନ ତଳେ ଅଭିନେତା ଶାହିଦ୍ କପୁର କର୍କଟ ରୋଗର ଶିକାର ହୋଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ଖବର ପ୍ରଚାର ହେବା ପରେ ଶାହିଦ୍ଙ୍କ ପରିବାର ତରଫରୁ ଖବରକୁ ସଂପୂର୍ଣ୍ଣ ମିଛ ବୋଲି କୁହାଯାଇଥିବା ବେଳେ ଏବେ ଶାହିଦ୍ ନିଜେ ଟୁଇଟ୍ କରି ନିଜ ଶାରୀରିକ ସମସ୍ୟା ବିଷୟରେ ଜଣାଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
Guys I’m totally fine pl don’t believe random stuff.
— Shahid Kapoor (@shahidkapoor) 10 December 2018
ସୂଚନା ମୁତାବକ, ଦୁଇ ଦିନ ହେଲା ତାଙ୍କୁ କର୍କଟ ରୋଗ ହୋଇଥିବା ନେଇ ଅନେକ ଚର୍ଚ୍ଚା ହେବା ପରେ ନିଜ ପ୍ରଶଂସକମାନଙ୍କୁ ଚିନ୍ତାମୁକ୍ତ କରିବାକୁ ଯାଇ ଶାହିଦ୍ ଡ଼ିସେମ୍ବର ୧୦ରେ ଏକ ଟୁଇଟ୍ କରିଥିଲେ । ଯେଉଁଥିରେ.ମୁଁ ସମ୍ପୁର୍ଣ୍ଣ ଫିଟ୍ ଅଛି,ମୋ ସ୍ୱାସ୍ଥ୍ୟ ସହ ଜଡ଼ିତ ହେଉଥିବା ମିଥ୍ୟା ପ୍ରଚାର ଉପରେ ଧ୍ୟାନ ଦିଅନ୍ତୁ ନାହିଁ ବୋଲି ଲେଖିଥିବା ଦେଖାଯାଇଥିଲା ।