ନିଜ କ୍ୟାରିୟର ଗ୍ରାଫରୁ ଏହି ଫିଲ୍ମକୁ ସବୁଦିନ ପାଇଁ ହଟାଇବାକୁ ଚାହୁଁଛନ୍ତି ଶାହୀଦ କପୁର

ମୁମ୍ବାଇ : କିଛି ଦିନ ପୂର୍ବରୁ ରିଲିଜ୍‌ ହୋଇଛି ଫିଲ୍ମ ‘କବୀର ସିଂହ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ରୀ କିଆରା ଆଡ୍‌ଭାଣୀ । ଫିଲ୍ମଟି ତେଲୁଗୁ ଫିଲ୍ମ ଅର୍ଜୁନ ରେଡ୍ଡୀର ରିମେକ ହୋଇଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଢ଼େର ଭଲ ପାଇବା ମିଳୁଛି । କିଛି ଦିନ ମଧ୍ୟରେ ଶାହିଦ୍‌ଙ୍କ ଫିଲ୍ମ ଦର୍ଶକଙ୍କ ମନ ଜିଣିବା ସହ ବକ୍ସ ଅଫିସରେ ଆଗେଇ ଚାଲିଛି । ଫିଲ୍ମରେ ଥିବା ନିଜ ଚରିତ୍ରକୁ ନେଇ ପଚରାଯିବା ପରେ ଶାହିଦ୍‌ କହିଥିଲେ, ମୋ କ୍ୟାରିୟରର ସବୁଠାରୁ କଷ୍ଟ ଚରିତ୍ର ମୁଁ କବୀର ସିଂହରେ କରିଛି । ଚରିତ୍ରରେ ପଶିବା ପାଇଁ ମୋତେ ମୋ ମଧ୍ୟରେ ଅନେକ ପରିବର୍ତ୍ତନ ଆଣିବାକୁ ପଡ଼ିଥିଲା ଏବଂ ଫିଟ୍‌ନେସ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥିଲା ।

IBTimes India

ନିଜ କ୍ୟାରିୟର ଗ୍ରାଫରୁ ଏଭଳି କେଉଁ ଫିଲ୍ମ ରହିଛି, ଯାହାକୁ ହଟାଇବାକୁ ଚାହିଁବ ବୋଲି ପଚରାଯିବା ପରେ, ମୁଁ ମାନୁଛି ମୁଁ ବହୁତ ବେକାର ଫିଲ୍ମ କରିଛି । କିନ୍ତୁ ଯଦି କୌଣସି ଗୋଟେ ଫିଲ୍ମ ମୁଁ ହଟାଇବାକୁ ଚାହେଁ, ତେବେ ‘ଶାନଦାର’ ଫିଲ୍ମକୁ ମୁଁ ହଟାଇବାକୁ ଚାହିଁବି ବୋଲି କହିଥିଲେ ଶାହିଦ ।

ସମ୍ବନ୍ଧିତ ଖବର