ସଲମାନ ଖାନ୍‌ଙ୍କ ସହ ପ୍ରେମ ସଂପର୍କ ନେଇ ଅନେକ ଚର୍ଚ୍ଚା ହୋଇ ସାରିବା ପରେ ଏବେ ନିଜର ପ୍ରତିକ୍ରିୟା ରଖିଲେ ଶିଳ୍ପା ସେଟ୍ଟୀ,କହିଲେ; ସେ ପ୍ରାୟ ମୋ ଘରକୁ ଆସିବା ସହ ବେଳେ ବେଳେ ରହି ଯାଆନ୍ତି,କିନ୍ତୁ……

ମୁମ୍ବାଇ : ବଲିଉଡ୍‌ରେ କାମ କରୁଥିବା କଳାକାରଙ୍କୁ ନେଇ ସବୁ ବେଳେ ଭିନ୍ନ ଭିନ୍ନ ପ୍ରକାରର ଚର୍ଚ୍ଚା ହୋଇଥାଏ । ଦୁଇ ନୂଆ କଳାକାର ଏକା ସାଙ୍ଗରେ ଫିଲ୍ମ କରିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥାଏ । ବେଳେ ବେଳେ ଚର୍ଚ୍ଚା ହେଉଥିବା ଖବର ସତ ହୋଇଥିବା ବେଳେ ବେଳେ ବେଳେ ତାହା କେବଳ ଏକ ଉଡ଼ା ଖବର ବୋଲି ପ୍ରମାଣ ହୋଇଥାଏ । ସେହି ଭଳି ଭାବରେ ଅଭିନେତା ସଲମାନ ଖାନ୍‌ ଏବଂ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

ଦୁହେଁ ସାଥୀରେ ଗର୍ବ,ଦସ୍‌,ଶାଦି କର୍‌କେ ଫସ୍‌ ଗୟା ଏବଂ ଫିର୍‌ ମିଲେଙ୍ଗେ ଭଳି ଫିଲ୍ମରେ କାମ କରିଥିବା ବେଳେ ଫିଲ୍ମ ରିଲିଜ୍‌ ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ଦୁହେଁ କେବେ ହେଲେ ଏହାକୁ ସର୍ବ ସାଧାରଣରେ ଗ୍ରହଣ କରି ନଥିଲେ । ସେ ସମୟରେ ଶିଳ୍ପା ସଲମାନଙ୍କ ସଂପର୍କ କିପରି ବୋଲି କହି ନଥିବା ବେଳେ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

deccanchronicle.com

“ସଲମାନଙ୍କ ସହ ମୋର ସେଭଳି କିଛି ସଂପର୍କ ନଥିଲା । ଆମେ ଦୁହେଁ କେବେ ସେଭଳି ଡେଟ୍‌ରେ ବି ଯାଇ ନାହୁଁ । କିନ୍ତୁ ସେ ପ୍ରାୟ ଆମ ଘରକୁ ଆସି ମୋ ବାପାଙ୍କ ସହ ମଦ ପିଇଥାନ୍ତି ଏବଂ ବେଳେ ବେଳେ ସେ ଘରେ ଶୋଇଯାନ୍ତି । ମୋ ଅପେକ୍ଷା ମୋ ବାପାଙ୍କ ସହ ତାଙ୍କର ଭଲ ସଂପର୍କ ଥିଲା । ସେଥି ପାଇଁ ମୋ ବାପାଙ୍କ ମୃତ୍ୟୁ ପରେ ସେ ଆମ ଘରକୁ ଆସି ସିଧା ଘରେ ଥିବା ବାର୍‌କୁ ଯାଇଥିଲେ । ସେଠାକୁ ଯାଇ ସେ ଜୋରରେ କାନ୍ଦିଥିଲେ” ବୋଲି ଶିଳ୍ପା କହିଛନ୍ତି ।

ସମ୍ବନ୍ଧିତ ଖବର