ବୟଫ୍ରେଣ୍ଡଙ୍କ ସହ ପୁଣି ଦେଖା ଦେଲେ ଶ୍ରୁତି ହାସନ

ମୁମ୍ବାଇ: ଲୋକପ୍ରିୟ ଅଭିନେତା କମଲ ହାସନଙ୍କ କନ୍ୟା ତଥା ଖ୍ୟାତନାମା ତାରକା ଶ୍ରୁତି ହାସନ ଏବେ ପୁଣି ଚର୍ଚ୍ଚାରେ । ସେ ପୁଣି ଥରେ ବିଦେଶୀ ବୟଫ୍ରେଣ୍ଡ ମାଇକେଲ୍‌ କୋରସେଲଙ୍କ ସହ ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି।ମାଇକେଲ୍‌ କୋରସେଲଙ୍କ ସହ ଶ୍ରୁତି ହାସନ ମୁମ୍ବାଇରେ ଏକ ମ୍ୟାରେଜ୍‌ ରିସେପସନ୍‌ ପାର୍ଟିରେ ଯୋଗ ଦେଇଥିଲେ। ସେହି ପାର୍ଟିରେ କମଲ ହାସନ ମଧ୍ୟ ଯୋଗ ଦେଇଥିଲେ।

କିଛି ଦିନତଳେ ଶ୍ରୁତି ମାଆ ସାରିକାଙ୍କ ସହିତ ବିଦେଶୀ ବୟଫ୍ରେଣ୍ଡ ମାଇକେଲ୍‌ କୋରସେଲଙ୍କର ଦେଖା କରାଇଥିଲେ। ପୂର୍ବରୁ ପିତା କମଲ ହାସନ୍‌ ବି ଉଭୟଙ୍କ ସଂପର୍କରେ ଆପତ୍ତି ଉଠାଇ ନଥିଲେ। ସେଥିରୁ ଜଣାପଡ଼ୁଛି ଯେ ଶ୍ରୁତି ଏହି ସଂପର୍କକୁ ନେଇ ଖୁବ୍‌ ସିରିଅସ୍‌।

ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୁତି ଏକ ପିରିଅଡ୍‌ ଫିଲ୍ମ ‘ସଂଘମିତ୍ରା’ରେ ଟାଇଟଲ୍‌ ରୋଲରେ ନଜର ଆସିବେ ବୋଲି ବହୁ ଦିନରୁ ଚର୍ଚ୍ଚା ହେଉଥିଲା । ଏଥିରେ ତାଙ୍କୁ ମିଳିଥିଲା ଜଣେ ରାଜକୁମାରୀର ଭୂମିକା । ସେ ଜଣେ ଯୋଦ୍ଧାଚରିତ୍ର ବି ଥିଲା । ଏହି ସିନେମାରେ କାମ କରିବାକୁ ନେଇ ବେଶ୍‌ ଉତ୍ସାହିତ ଥିଲେ ଶ୍ରୁତି ହାସନ । ହେଲେ ସେ ଏଥିରୁ ଓହରି ଯାଇଥିଲେ । ଏହାର କାରଣ ସଂପର୍କରେ ସେତେ ବେଳେ ଚର୍ଚ୍ଚା ହୋଇଥିଲା ଯେ ଶ୍ରୁତି ହାସନ ବିବାହ କରିବାକୁ ଚାହୁଁଛନ୍ତି ,ଏଣୁ ସେ ନୂଆ ସିନେମା ସାଇନ୍‌ କରୁ ନାହାନ୍ତି। ଏହା ଅନେକାଂଶରେ ସତ୍ୟ। ଦେଖାଯାଉ କେବେ ବାହା ହେଉଛନ୍ତି ଶ୍ରୁତି ହାସନ ।

ସମ୍ବନ୍ଧିତ ଖବର