ମୁମ୍ବାଇ: ବଲିଉଡ୍ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ୍ ଅଫ୍ ଇୟର୍’ରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ସୁନ୍ଦରୀ ଆଲିଆ ଭଟ୍ଟ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ମଧ୍ୟରେ କେବେ ଗୋଟେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସେ ଦୁହିଁଙ୍କୁ ନେଇ ବିଭିନ୍ନ ଗସିପ୍ ଚାଲିଥିଲା। ଏବେ ବି କ’ଣ ସଂପର୍କରେ ଅଛନ୍ତି ସିଦ୍ଧାର୍ଥ ଆଉ ଆଲିଆ! ତାହା ତ ସେ ଦୁହେଁ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି। ତେବେ ଅନୁମାନ କରାଯାଉଛି ଯେ ଯଦି ବି ସେମାନେ କେବେ ସଂପର୍କରେ ଥିଲେ ଏବେ ସେ ଦୁହିଁଙ୍କ ଭିତରେ ଦୂରତା ବଢ଼ିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆପଣ ଜାଣିଥିବେ ନିଶ୍ଚୟ ଯେ ୩୩ ବର୍ଷ ବୟସରେ ପଦାର୍ପଣ କଲେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା। ଗତକାଲି ନିଜ ଜନ୍ମ ଉତ୍ସବ ପାଳିବା ପାଇଁ ରାତିରେ ପାର୍ଟି ରଖିଥିଲେ ସିଦ୍ଧାର୍ଥ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଏହି ପାର୍ଟିରେ ଦେଖିବାକୁ ମିଳିନାହାନ୍ତି ସିଦ୍ଧାର୍ଥଙ୍କ ତଥାକଥିତ ପ୍ରେମିକା ଆଲିଆ। ଆଉ ବଡ଼ କଥା ହେଉଛି ସିଦ୍ଧାର୍ଥଙ୍କ ପାର୍ଟିରେ ଅନୁପସ୍ଥିତ ରହିବା ଭଳି ଆଲିଆଙ୍କ ପାଖରେ ସେପରି କୌଣସି କାରଣ ମଧ୍ୟ ନଥିଲା। କାହିଁକି ନା, ସେ ସେତେବେଳେ କେଉଁ ଜରୁରୀ କାମରେ ନଥିଲେ କି ତାଙ୍କ ଶରୀର ମଧ୍ୟ ଅସୁସ୍ଥ ନଥିଲା। ଆଲିଆ ସେହି ସମାନ ସମୟରେ ଜିମ୍ରେ କସ୍ରତ୍ କରୁଥିବାର ଏକ ଫଟୋ ଭାଇରାଲ୍ ହୋଇଛି।