କର୍କଟକୁ ପରାଜିତ କରି ଦେଶକୁ ଫେରିଲେ ସୋନାଲୀ ବେନ୍ଦ୍ରେ, ହାତ ହଲେଇ ପ୍ରଶଂସକଙ୍କୁ ଦେଲେ ଧନ୍ୟବାଦ

ମୁମ୍ବାଇ: କର୍କଟ ସହ ଦୀର୍ଘ ୫ ମାସ ଧରି ଲଢ଼େଇ କରିବା ପରେ ଶେଷରେ ବଲିଉଡ୍‌ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ନିଜ ଦେଶ ଭାରତକୁ ଫେରିଛନ୍ତି। ତେବେ ଅନୁମାନ ଲଗାଯାଉଛି ଯେ ଏହି ମହାମାରୀ ରୋଗକୁ ସେ ପରାସ୍ତ କରି ଫେରିଛନ୍ତି ବୋଲି। ତାଙ୍କ ବିଜୟର ସଂକେତ ଦେଇଛି ସୋନାଲୀଙ୍କ ମୁହଁର ହସ। ମୁମ୍ବାଇ ବିମାନବନ୍ଦରରେ ସୋନାଲି ଏକଦମ ଖୁସି ଥିବା ଢଙ୍ଗରେ ହସି ହସି ପ୍ରଶଂସକଙ୍କୁ ହାଲୋ, ହାଏ କରିଛନ୍ତି। ସୋନାଲୀ ବିମାନ ବନ୍ଦରରେ ତାଙ୍କ ପତି ଗୋଲ୍‌ଡି ବେହଲଙ୍କ ସହ ଦେଖିବାକୁ ମିଳିଛନ୍ତି। ସୋନିଲିଙ୍କ ପତି ତାଙ୍କ ହାତ ଧରିଥିବାର ଦୃଶ୍ୟ ପ୍ରଶଂସକଙ୍କୁ ଖୁସି କରାଇଛି।

ବିମାନବନ୍ଦରରୁ ବାହାରିବା ପରେ ସୋନାଲୀ ତାଙ୍କୁ ଭେଟିବାକୁ ଆସିଥିବା ସବୁ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି। ସୋନିଲୀଙ୍କ ସ୍ୱାମୀ ଗୋଲ୍‌ଡି ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ଯେ ସୋନାଲି ପୂର୍ବ ଅପେକ୍ଷା ଢେର୍‌ ସୁସ୍ଥ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅନେକ ସୁଧାର ଆସିଛି। ଏବେ ପାଇଁ ତାଙ୍କର ଚିକିତ୍ସା ପୂରା ହୋଇଛି। ମାତ୍ର ରୋଗ ପୁଣି ଫେରିବ କାଳେ ସେଥିପାଇଁ ତାଙ୍କର ସାଧାରଣ ଚେକ୍‌ଅପ୍‌ ଜାରି ରହିବ।

ଉଲ୍ଲେଖଯୋଗ୍ୟ, କର୍କଟ ରୋଗର ଶିକାର ହେବା ପରେ ଅଭିନେତ୍ରୀ ସୋନାଲୀ ଚିକିତ୍ସା ପାଇଁ ୫ ମାସ ନ୍ୟୁୟର୍କ ଯାଇଥିଲେ। ତାଙ୍କୁ ହାଇଗ୍ରେଡ୍‌ କର୍କଟ ହୋଇଥିବାରୁ ଦୀର୍ଘ ୫ ମାସ ଧରି ତାଙ୍କର ଚିକିତ୍ସା ଚାଲିଥିଲା। ସେ ଏବେ ନିଜ ଘରକୁ ଫେରି ଆସିଛନ୍ତି

ସମ୍ବନ୍ଧିତ ଖବର