ପର୍ଣ୍ଣ ଫିଲ୍ମରେ କାମ କରିବା ଆଗରୁ ସନ୍ନି ଲିଓନ୍‌ ରଖିଥିଲେ ଏହି ସର୍ତ୍ତ

ମୁମ୍ବାଇ: ସନ୍ନି ଲିଓନ୍‌ ବଲିଉଡରେ ଏଣ୍ଟ୍ରି ନେବା ପରଠୁଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ବିଗ୍‌ ବସ୍‌ ସିଜିନ୍‌ ୫ ରେ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିବାପରେ ସନ୍ନି ଲିଓନ୍‌ଙ୍କ କ୍ୟାରିଅର୍‌ରେ ଏକ ବଡ ପରିବର୍ତ୍ତନ ଦେଖା ଦେଇଥିଲା।
‘ବିଗବସ-୫’ ରେ ଅଂଶ ଗ୍ରହଣ କରିବା ସମୟରେ ସନ୍ନି ଲିଓନ୍‌ କେବଳ ଜଣେ ଇଣ୍ଟରନେସନାଲ୍‌ ପର୍ଣ୍ଣଷ୍ଟାର୍‌ ଭାବେ ପରିଚିତ ହେଉଥିଲେ। କିନ୍ତୁ ବଲିଉଡର ଖ୍ୟାତାନାମା ପ୍ରଯୋଜକ -ନିର୍ଦ୍ଦେଶକ ମହେଶ ଭଟ୍ଟ ସନ୍ନିଙ୍କୁ ଫିଲ୍ମରେ କାଷ୍ଟ୍‍ କରିବା ପରେ ସେ ଭାରତରେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ।
ସନ୍ନି ଲିଓନଙ୍କର ପ୍ରକୃତ ନାମ ହେଲା କରନଜିତ୍‌ ଭୋରା। ସେ ବହୁ ଆଡଲଟ୍‌ ମୁଭିରେ କାମ କରିଥିଲେ। ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ପାଦ ଥାପିବା ପୂର୍ବରୁ ସନ୍ନି ଲିଓନ୍‌ ଜର୍ମାନ୍‌ ବେକରି ଜିଫିଲୁବ୍‌ ରେ କାମ କରିଥିଲେ।
ସନ୍ନିଙ୍କର ସ୍ୱପ୍ନ ଥିଲା ସେ ଜଣେ ନର୍ସ ହେବେ ଓ ମେଡିକାଲ୍‌ ସାଇନ୍ସ ପଢିବେ। ୧୯ ବର୍ଷ ବୟସରେ ସନ୍ନି ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ନେଇଥିଲେ। ସେତେବେଳେ ସନ୍ନି ସର୍ତ୍ତ ରଖିଥିଲେ ଯେ କେବଳ ମହିଳାଙ୍କ ସହ ପର୍ଣ୍ଣ ଫିଲ୍ମରେ କାମ କରିବେ।


୨୦୧୦ରେ ସନ୍ନି ଲିଓନ୍‌ ଲୋକପ୍ରିୟ ମାଗାଜିନ୍‌ ‘ମାକ୍ସିମ୍‌’ର ଟପ୍‌ ୧୨ ଜଣ ପର୍ଣ୍ଣଷ୍ଟାର ଆକ୍ଟ୍ରେସଙ୍କ ତାଲିକାରେ ସାମିଲ ହୋଇଥିଲେ। ସନ୍ନି ଜଣେ ପର୍ଣ୍ଣଷ୍ଟାର ହେବାକୁ ଚାହାଁନ୍ତି ବୋଲି ନିଜ ପିତାମାତାଙ୍କୁ ନିଜେ କହିଥିଲେ। ପେଣ୍ଠ ହାଉସ୍‌ କଭର ଅଫ୍‌ ଦ ଇୟର ପାଇଁ ସେ ୬୭ ଲକ୍ଷ ଟଙ୍କା ଜିତିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର