ମାଆଙ୍କ ପରେ ଟାଇଗର୍‌ଙ୍କ ଭଉଣୀ ସହ ସଂପର୍କ ବଢ଼ାଇଲେ ତଥାକଥିତ ପ୍ରେମିକା ଦିଶା, ଭାବି ଶଶୁର ଦେଉଛନ୍ତି ଏମିତି ମତ!

ମୁମ୍ବାଇ: ଯଦିଓ ଅଭିନେତା ଟାଇଗର୍‌ ସର୍‌ଫ ଓ ଅଭିନେତ୍ରୀ ଦିଶା ପଟାନୀ ସେମାନଙ୍କ ସଂପର୍କକୁ ନେଇ କୌଣସି ପ୍ରକାରର ଖୁଲାସା କରିନାହାନ୍ତି। ମାତ୍ର ସେ ଦୁହିଁଙ୍କର ଡେଟିଂ ଓ ଅଧିକାଂଶ ସମୟ ସାଥୀରେ ରହିବା ନିଶ୍ଚୟ ଦର୍ଶକଙ୍କୁ ଏକ ପ୍ରକାରର ସବୁଜ ସଂକେତ ପ୍ରଦାନ କରିଛି। ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି କଥା ଉଠିଛି। ମାତ୍ର ସେ ଦୁହେଁ କେବଳ ଅନ୍ତରଙ୍ଗ ବନ୍ଧୁ ବୋଲି ଅନେକ ସମୟରେ ସଫେଇ ଦେଇଛନ୍ତି। ନିକଟ ଅତିତରେ ଟାଇଗର୍‌ଙ୍କ ମାଆଙ୍କ ସହ ଦୀଶାଙ୍କୁ ଏକା ସାଙ୍ଗରେ ଦେଖିବା ପରେ ଦର୍ଶକଙ୍କ ସନ୍ଦେହ ଆହୁରି ଦୃଢ଼ିଭୂତ ହୋଇଥିଲା।

ଏବେ ଦିଶା ନଜର ଆସିଛନ୍ତି ଟାଇଗର୍‌ଙ୍କ ଭଉଣୀ କ୍ରିଷ୍ଣା ସରଫଙ୍କ ସାଙ୍ଗରେ। ଟାଇଗର୍‌ ଦିଶାଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର ବନାଇବା ପାଇଁ ଉଭଣୀ କ୍ରିଷ୍ଣା ଓ ଦିଶାଙ୍କୁ ନେଇ ସିନେମା ଦେଖିବାକୁ ଯାଇଥିଲେ। କ୍ରିଷ୍ଣା ଓ ଦିଶାଙ୍କ ମଧ୍ୟରେ ବହୁ ଭଲ ସଂପର୍କ ରହିଛି ବୋଲି ସ୍ପଷ୍ଟ ବାରି ହୋଇ ପଡୁଛି।

ଉଲ୍ଲେଖଯୋଗ୍ୟ, ‘ବାଗି-୨’ ଚଳଚ୍ଚିତ୍ର ସୁଟିଂ ସମୟରୁ ହିଁ ଦିଶା ଓ ଟାଇଗର୍‌ଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିବାର ନଜରରେ ଆସିଛି। ଏପରିକି ଟାଇଗର୍‌ଙ୍କ ପ୍ରତି ନିଜର ଅଧିକାରବୋଦ୍ଧ ଜାହିର କରିବାରେ ଦିଶା ଆଦୌ ଖିଲାପ କରିନାହାନ୍ତି। ସୁଟିଂ ସେଟ୍‌ରେ ସେ ଘଡ଼ି ଘଡ଼ି ଟାଇଗର୍‌ଙ୍କ ଫୋନ୍‌ ଚେକ୍‌ କରିବା ସହ ଅନ୍ୟ କୌଣସି ନାୟିକାଙ୍କ କଲ୍‌ କିମ୍ବା ମେସେଜ୍‌କୁ ସେ ସହ୍ୟ କରିବେ ନାହିଁ ବୋଲି ସ୍ପଷ୍ଟ କହି ଦେଇଛନ୍ତି। ଏପରିକି ଟାଇଗର୍‌ ଅନ୍ୟ କେଉଁ ନାରୀର ପ୍ରଶଂସା କରିବା ବି ଦିଶାଙ୍କୁ ମଞ୍ଜୁର ନୁହେଁ ବୋଲି ସେ ତାଙ୍କ ଇନ୍‌ଷ୍ଟାରେ ଉଲ୍ଲେଖ କରିଛନ୍ତି।

ଦିଶା ଓ ଟାଇଗର୍‌ଙ୍କ ସଂପର୍କକୁ ନେଇ ପିତା ଜ୍ୟାକି ସରଫ୍‌ କହନ୍ତି କି ଟାଇଗର୍‌ ଏବେ ଖୁବ୍‌ ସାନ। ଜୀବନର କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବୟସରେ ସେ ଏଯାଏ ପହଞ୍ଚି ନାହାନ୍ତି। ଯଦିଓ ଜ୍ୟାକି ସର୍‌ଫ ଓ ଦିଶା ପଟାନୀ ଅନେକ ସମୟରେ ଏକତ୍ର ନଜର ଆସନ୍ତି, ମାତ୍ର ଦିଶା ଯେ ତାଙ୍କର ଭାବି ବୋହୂ ଏକଥାକୁ ଅସ୍ୱୀକାର କରିଛନ୍ତି ଜ୍ୟାକି।

ସମ୍ବନ୍ଧିତ ଖବର