ଫିଲ୍ମରେ କାମ ନ କରିଥିଲେ ଏହି ପେଶା ବାଛିଥାନ୍ତେ ଅଭିନେତ୍ରୀ କଲ୍‌କୀ କୋଚଲିନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଲ୍‌କି ପରଦା ଉପରେ ସ୍ୱତନ୍ତ୍ର ଚରିତ୍ରରେ ଅଭିନୟ କରି ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଅଧିକ ଫିଲ୍ମ ନ କରି ମଧ୍ୟ ସେ ନିଜର ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି । ଫିଲ୍ମ ଏବଂ ଅନେକ େଓ୍ଵବ୍‌ ସିରିଜ୍‌ କରିବା ସହ ଏବେ ସେ ନିଜର ଆଗାମୀ ଫିଲ୍ମ ଗଲି ବଏକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ପେଶାରେ ଜଣେ ଅଭିନେତ୍ରୀ ହୋଇଥିବା କଲ୍‌କି ପ୍ରକୃତରେ ଅଭିନେତ୍ରୀ ହେବା ପାଇଁ ଚାହୁଁ ନଥିଲେ । ଜଣେ ଅଭିନେତ୍ରୀ ନ ହୋଇଥିଲେ ସେ ଜଣେ କ୍ରିମିନାଲ ସାଇକୋଲୋଜିଷ୍ଟ ହୋଇଥାନ୍ତେ ବୋଲି କହିଛନ୍ତି ।

wishberry.in

ସୂଚନା ମୁତାବକ, କଲ୍‌କି ଦେବ୍‌ ଡ଼ି ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ପରେ ତାଙ୍କ ବଲିଉଡ୍‌ରେ ପରିଚୟ ମିଳିଥିଲା । ପରେ ପରେ ସେ ଭିନ୍ନ ଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର