ଡେଙ୍ଗୁର ଶିକାର ହେଲେ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ର ଦୁଇ କଳାକାର
ନୂଆଦିଲ୍ଲୀ : ଷ୍ଟାରପ୍ଲସ୍ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ର ଦୁଇ କଳାକାର ଏବେ ଡେଙ୍ଗୁର ଶିକାର ହୋଇଥିବା ଜଣା ପଡ଼ିଛି । ପ୍ରଥମେ ଧାରାବାହିକର ମୁଖ୍ୟ ଅଭିନେତା କାର୍ତ୍ତିକ ଓରଫ୍ ମୋହସିନ୍ ଖାନ୍ଙ୍କୁ ଡେଙ୍ଗୁ ହୋଇଥିବା ବେଳେ ଏବେ ଧାରାବାହିକରେ କାର୍ତ୍ତିକଙ୍କ ମା’ ହୋଇଥିବା ଅଭିନେତ୍ରୀ ନିୟତି ଯୋଶୀଙ୍କୁ ମଧ୍ୟ ଡେଙ୍ଗୁ ହୋଇଥିବା ଜଣା ପଡ଼ିଛି । ନିଜ ଇନ୍ଷ୍ଟା ଷ୍ଟୋରୀରେ ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି ନିୟତି । ହସ୍ପିଟାଲ ବେଡ୍ରେ ଶୋଇଥିବାର ଫଟୋ ସେୟାର କରିବା ସହ “ମୁଁ ଖୁବ୍ ଶୀଘ୍ର ଫେରିବି । ଡେଙ୍ଗୁ ହୋଇ ଯାଇଛି” ବୋଲି ଲେଖିଥିଲେ ନିୟତି ।
Sambad is now on WhatsApp
Join and get latest news updates delivered to you via WhatsApp
ନିୟତିଙ୍କ ପୂର୍ବରୁ ମୋହସିନ୍ ଖାନ୍ଙ୍କୁ ଡେଙ୍ଗୁ ହୋଇଥିବା ବେଳେ ସେ ଟୁଇଟ୍ କରି ଏ ବିଷୟରେ ଜଣାଇଥିଲେ । ଟୁଇଟ୍ରେ, “ଡେଙ୍ଗୁ ହୋଇ ଯାଇଛି । ବାହାରେ ଅଧିକ ସମୟ ରୁହନ୍ତୁ ନାହିଁ । ଇନ୍ସାହ୍ଲା ଖୁବ୍ ଶୀଘ୍ର ଠିକ୍ ହୋଇଯିବି” ବୋଲି ଲେଖିଥିଲେ ମୋହସିନ୍ । ତେବେ ଏଭଳି ଖବର ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଏବେ ସୁସ୍ଥ ସ୍ୱାସ୍ଥ୍ୟ କାମନା କରିବା ଆରମ୍ଭ କରିଛନ୍ତି ।
Down with dengue. Be careful staying outdoors for too long guys.. i’ll be up n runnin soon inshallah 😉
— Mohsin Khan (@momo_mohsin) September 18, 2019