ଏକ ଅଘଟଣର ଶିକାର ହେଲେ ଜରିନ୍ ଖାନ୍
ମୁମ୍ବାଇ: ନୂଆ ସିନେମା ‘ଅକ୍ସର୍-୨’ର ପ୍ରମୋସନ୍ ସମୟରେ ଏହାର ନାୟିକା ଜରିନ୍ ଖାନ୍ ଏକ ଅଘଟଣର ଶିକାର ହୋଇଥିବା ଜଣାଯାଇଛି।ଅବଶ୍ୟ ନାୟିକାମାନଙ୍କ ପାଇଁ ଏହା ନୂଆ କଥା ନୁହେଁ। କଥା କ’ଣ କି ଜରିନ୍ ନୂଆଦିଲ୍ଲୀରେ ଫିଲ୍ମର ପ୍ରମୋସନ୍ ପାଇଁ ପହଞ୍ଚିଥିଲେ। ସେଠାରେ ତାଙ୍କୁ ୫୦/୬୦ ଲୋକ ଘେରିଗଲେ ଏବଂ ତାଙ୍କସହ ଫଟୋ ଉଠାଇବାର ଜିଦ୍ ଧରିଲେ। ଏହାକୁ ଜରିନ୍ ବିରୋଧ ନ କରିବାରୁ ତାଙ୍କୁ କେତେକ ଯୁବକ ସ୍ପର୍ଶ କରିଥିବା ଭଳି ଘଟଣା ସାମ୍ନାକୁ ଆସିଲା । ହେଲେ ଜରିନ୍ଙ୍କୁ ତାଙ୍କ ଫିଲ୍ମର ଟିମ୍ ରକ୍ଷା କରି ସେଠାରୁ ସିଧା ମଞ୍ଚ ଉପରକୁ ନେଇ ଆସିଥିଲେ। ଏହି ଘଟଣାରେ ବ୍ୟଥିତ ହୋଇ ଜରିନ୍ ଖାନ୍ ସେହି ରାତିର ବିଳମ୍ବିତ ପ୍ରହରରେ ଫ୍ଲାଇଟ ଯୋଗେ ମୁମ୍ବାଇ ଫେରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
‘ଅକ୍ସର୍-୨’ ରେ ଜରିନ୍ ୧୩ଟି ବୋଲ୍ଡ ସିନ୍ ଦେଇଛନ୍ତି ଯାହାର ଝଲକ‘ଅକ୍ସର୍-୨’ର ଟ୍ରେଲର୍ରେ ଦେଖିବାପରେ ଦର୍ଶକ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ଏଥିରେ ଜରିନ୍ ଜଣେ ନବାଗତ ଗୌତମ୍ ରୋଡେଙ୍କ ସହ ଅଛନ୍ତି। ଅବଶ୍ୟ ଗୌତମ୍ ଟେଲିଜଗତର ଜଣେ ଜଣାଶୁଣା ଅଭିନେତା। ତାଙ୍କୁ ଶେଷଥର ଲାଗି ‘ସୂର୍ଯ୍ୟପୁତ୍ର ଶନି’ ମେଗା ଧାରାବାହିକରେ ଦେଖିବାକୁ ପାଇଥିଲେ ଦର୍ଶକ।‘ଅକ୍ସର୍-୨’ରେ ଏଦୁଇ କଳାକାରଙ୍କର ଅନେକ ହଟ୍ ସିନ୍ ରହିଥିବା ଜଣାଯାଇଛି। ଏତଦବ୍ୟତୀତ ଅଭିନବ ଶୁକ୍ଳା ବି ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।ଏହା ଇମ୍ରାନ୍ ହାସମୀ-ଉଦିତା ଗୋସ୍ୱାମୀ ଷ୍ଟାରର୍‘ଅକ୍ସର୍’ର ସିକ୍ୱଲ୍।‘ଅକ୍ସର୍-୨’ର ନିର୍ଦ୍ଦେଶକ ହେଲେ ଅନନ୍ତ ନାରାୟଣ ମହାଦେବନ୍। ଏହା ଗତକାଲି ରିଲିଜ୍ ହୋଇଛି ।