ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଡିଜିପିଙ୍କ ସମୀକ୍ଷା

କଟକ: ଆସନ୍ତା ୨୯ ତାରିଖରେ ରାଜ୍ୟରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୯ଟି ଜିଲ୍ଲାର ୬ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ। ଏସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସ˚କ୍ରାନ୍ତରେ ଆଜି ପୁଲିସ୍‌ ଡିଜି ଡା.ଆର୍‌.ପି.ଶର୍ମା ସମୀକ୍ଷା ବୈଠକ କରିଛନ୍ତି। ଡିଜି ଡା. ଶର୍ମା ନିର୍ବାଚନ ହେବାକୁ ଥିବା ସମସ୍ତ ଜିଲ୍ଲାର ଏସ୍‌ପି ଓ ଡିସିପିଙ୍କ ସହିତ ଭିଡିଓ କନ୍‌ଫରେନ୍ସି˚ ଜରିଆରେ ଆଇନଶୃଙ୍ଖଳା ସଂପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଏକାଧିକ ଜାତୀୟ ଦଳର ନେତୃତ୍ବମାନେ ରାଜ୍ୟକୁ ଆସୁଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏହାସହିତ ପ୍ରତିଦ୍ବନ୍ଦ୍ବିତା କରୁଥିବା ତିନି ପ୍ରମୁଖ ଦଳର ପ୍ରାର୍ଥୀମାନଙ୍କୁ ପିଏସ୍‌ଓ ଯୋଗାଇ ଦିଆଯିବ। ସେମାନେ ନିର୍ବାଚନ ସରିବା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ସହିତ ରହିବାକୁ କୁହାଯାଇଛି। ଭିଡିଓ କନ୍‌ଫରେନ୍ସି˚ରେ ପୁଲିସ୍‌ କମିସନର, ସମସ୍ତ ରେଞ୍ଜ ଆଇଜି, ଡିଆଇଜି, କଟକ ଡିସିପି, ୮ଜିଲ୍ଲା କଟକ, ଜଗତସି˚ହପୁର, କେନ୍ଦ୍ରପଡ଼ା, ବାଲେଶ୍ବର, ଯାଜପୁର, ଭଦ୍ରକ, ମୟୁରଭଞ୍ଜ ଓ ପୁରୀର ଏସ୍‌ପିମାନଙ୍କ ସହିତ ଡିଜିପି ଆଲୋଚନା କରିଥିଲେ।

ଏସ୍‌ପିଙ୍କ ନେତୃତ୍ବରେ ଜିଲ୍ଲା ମୁଖ୍ୟାଳୟମାନଙ୍କରେ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକାରୀ କରାଇବା ସହିତ ସେଠାରେ ସିଏପିଏଫ୍‌, ରାଜସ୍ବ ଅଧିକାରୀଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଡ୍‌ ସୋ’ ଓ ସାଧାରଣ ସଭା ଉପରେ ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି। ଏହାବ୍ୟତୀତ ପଡେ଼ାଶୀ ଜିଲ୍ଲାଗୁଡ଼ିକ ସହିତ ଉତ୍ତମ ବୁଝାମଣା ରକ୍ଷା କରିବା ଓ ପଡୋଶୀ ରାଜ୍ୟ ସହ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ କରିବା ଉପରେ ଡିଜିପି ଜୋର‌୍‌ ଦେଇଛନ୍ତି। ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରଏ, କ୍ରାଇମ୍‌ବ୍ରାଞ୍ଚ ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ, ଏଡିଜି (ଅପରେସନ୍‌) ଆର‌୍‌ପି କୋଚେ, ଏଡିଜି (ଆଇନ୍‌ଶୃଙ୍ଖଳା) ସ˚ଜୀବ ପଣ୍ତା, ଏଡିଜି (ମଡର୍ଣ୍ଣାଇଜେସନ୍‌) ବିନୟତୋଷ ମିଶ୍ର, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି (ପର୍ସୋନେଲ୍‌) ପିଏସ୍‌ ରଣପିସେ, ଆଇଜି (ମୁଖ୍ୟାଳୟ) ଅସିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥତ ଥିଲେ।

ସମ୍ବନ୍ଧିତ ଖବର