ସଂଦିଗ୍ଧ ବ୍ୟକ୍ତି ଉପରକୁ ଚଢିଯିବା ପରେ ଏଫେଲ ଟାଓ୍ଵାରକୁ ଖାଲି କରାଗଲା

ପ୍ୟାରିସ୍‌ : ବିଶ୍ୱର  ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ  ଏଫେଲ ଟାଓ୍ଵାରକୁ ଆଜି କିଛି ସମୟ ପାଇଁ ବନ୍ଦ କରିଦିଆଯାଇଛି । ଜଣେ ସଂଦିଗ୍ଧ ବ୍ୟକ୍ତି ଏହି ଟାଓ୍ଵାର ଉପରକୁ ଚଢୁଥିବାରୁ ସତର୍କତାମୂଳକ ପଦକ୍ଷେପ ମୂଳକ ଏହି ଟାଓ୍ଵାରକୁ ସାମୟିକଭାବେ ବନ୍ଦ କରିଦିଆଯାଇଛି । ମିଳିଥିବା ସୂଚନାମୁତାବକ ସଂପୃକ୍ତ ବ୍ୟକ୍ତି ସ୍ୱାଭାବିକ ଭାବେ ଟିକେଟ କାଟି ଟାଓ୍ଵାର ମଧ୍ୟରେ ପ୍ରବେଶ କରିଥିଲେ । ପ୍ରଥମ ଦୁଇଟି ମହଲା ସେ ସ୍ୱାଭାବିକ ଭାବେ ସିଡି ଦେଇ ଚଢିଥିଲେ, ତେବେ ଏହା ପରେ ସେ ହଠାତ ବାହାରପଟକୁ ବାହାରି ଟାଓ୍ଵାର ଉପରକୁ ବିପଦଜନକ ଭାବେ ଚଢିବାରେ ଲାଗିଥିଲା । ଏହି ଖବର ମିଳିବା ପରେ ଟାଓ୍ଵାର କର୍ତ୍ତୃପକ୍ଷ ତୁରନ୍ତ ଏହାକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦେଇଥିଲେ ଓ ସେଥିରେ ଥିବା ପର୍ଯ୍ୟଟକମାନଙ୍କୁ ବାହାରକୁ ବାହାର କରିଦିଆଯାଇଥିଲା । ଏହା ସହିତ ଉକ୍ତ ବ୍ୟକ୍ତିକୁ ସୁରକ୍ଷିତଭାବେ ଓହ୍ଲାଇ ଆଣିବାକୁ ପୁଲିସ, ଅଗ୍ନିଶମ ଓ ଅନ୍ୟାନ୍ୟ ସହାୟତା କର୍ମୀମାନଙ୍କୁ ଖବର ଦିଆଯାଇଥିଲା । ଏଫେଲ ଟାଓ୍ଵାରର ଉଚ୍ଚତା ପ୍ରାୟ ୯୦୦ ମିଟର ହୋଇଥିବାବେଳେ ଏହି ବ୍ୟକ୍ତି ଅଧାରୁ ଅଧିକ ଉଚ୍ଚତା ଚଢିସାରିଲାଣି ।

ସମ୍ବନ୍ଧିତ ଖବର