କର୍ଣ୍ଣାଟକ : ଭୁଷୁଡିପଡ଼ିଲା ନିର୍ମାଣାଧୀନ କୋଠା, ୨ ମୃତ, ଶତାଧିକ ଫସିରହିଛନ୍ତି

ବାଙ୍ଗାଲୁରୁ : କର୍ଣ୍ଣାଟକର ଧାରଓ୍ବାର୍ଡରେ ଥିବା କୁମାରେଶ୍ବରନଗରରେ ଆଜି ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣାଧୀନ କୋଠା ଭୁଷୁଡିପଡିବାରୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୫୦ର ୧୦୦ ଜଣ ଫସିରହିଥିବା ଜଣାଯାଇଛି । ଅନେକ ଲୋକ ଭଙ୍ଗା କଂକ୍ରିଟ ତଳେ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ବାମୀ ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ରିଲିଫ ଓ ସହାୟତା କାର୍ଯ୍ୟର ତଦାରଖ କରିବା ପାଇଁ ସେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏପର୍ଯ୍ୟନ୍ତ ଫସିରହିଥିବା ପ୍ରାୟ ୩୦ ଜଣ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ହସପିଟାଲ ଓ ହୁବୁଳିସ୍ଥିତ କିମ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଏହି କୋଠାଟି ଏକ ନିର୍ମାଣାଧୀନ ସପିଂ କଂପ୍ଲେକ୍ସ ଥିଲା ବୋଲି ଜଣାଯାଇଛି । ଏହା ରାଜ୍ୟର ପୂର୍ବତନ ଖଣିମନ୍ତ୍ରୀ ବିନୟ କୁଲକର୍ଣ୍ଣିଙ୍କ ଜଣେ ସଂପର୍କୀୟଙ୍କର ବୋଲି ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର