କୁଲଗାମ୍‌ ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀର କୁଲଗାମ୍‌ ଜିଲ୍ଲାର ଗୋପାଳପୁରା ଅଂଚଳରେ ବୁଧବାର ହୋଇଥିବା ଏନ୍‌କାଉଣ୍ଟର୍‌ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିର୍ଦିଷ୍ଟ ସୂଚନା ପାଇ ନିରାପତ୍ତା ବାହିନୀ ଉକ୍ତ ଅଂଚଳକୁ ଘେରିଯିବା ପରେ ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ନିରାପତ୍ତା ବାହିନୀର କାର୍ଯ୍ୟନୁଷ୍ଠାନରେ ୨ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଇଛି। ତେବେ ନିହତ ଆତଙ୍କବାଦୀଙ୍କ ପରିଚୟ ମିଳିନାହିଁ। ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସମ୍ବନ୍ଧିତ ଖବର