ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଜାରି, ୩ ଆତଙ୍କୀ ମୃତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଦକ୍ଷିଣ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାର ସିର୍‌ନୁ ଗାଁ ନିକଟରେ ଆଜି ଭୋରରୁ ଆତଙ୍କବାଦୀ- ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ବର୍ତ୍ତମାନ ସୁରକ୍ଷା କର୍ମୀମାନେ ସମଗ୍ର ଅଞ୍ଚଳକୁ କର୍ଡ଼ନ କରି ସର୍ଚ୍ଚ ଅପରେସନ୍‌ ଚଳାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ କେତେକ ଆତଙ୍କବାଦୀ ସିର୍‌ନୁ ଗାଁ ନିକଟରେ ଛପି ରହିଥିବା ନେଇ ସୁରକ୍ଷାବାହିନୀକୁ ଠୋସ୍‌ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ସୁରକ୍ଷା କମୀମାନେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିବାକୁ ସିର୍‌ନୁଗାଁରେ ପହଞ୍ଚିଥିଷଳ। ତେବେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ପୂର୍ବରୁ ସେଠାରେ ଛପି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଜବାବରେ ସୁରକ୍ଷାବାହିନୀ ପୋଜିସନ୍‌ ନେଇ ଆତଙ୍କବାଦୀମାନଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଗୁଳି ଚଳାଇଥିଲେ। ଆଉ ଏହି ଗୁଳି ବିନିମୟରେ ବର୍ତ୍ତମାନ ସୁଦ୍ଧା ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ତେବେ ସେଠାରେ ଆଉ କେତେକ ଆତଙ୍କବାଦୀ ଛପି ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ସେଠାରେ ଆତଙ୍କବାଦୀ-ପୁଲିସ ମଧ୍ୟରେ ଗୁଳ ିବିନିମୟ ଜାରି ରହିଛି।

ସମ୍ବନ୍ଧିତ ଖବର