ସୁପ୍ରିମକୋର୍ଟଙ୍କ ରାୟ ପରେ ସାବରିମାଲାରେ ୫୦ ବର୍ଷରୁ କମ୍‌ ବୟସ୍କ ୫୧ ଜଣ ମହିଳା ପ୍ରବେଶ କରିସାରିଲେଣି

ନୂଆଦିଲ୍ଲୀ: ଆଜି କେରଳ ସରକାର ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆଣିଛନ୍ତି। କେରଳ ସରକାର ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛନ୍ତି କି ସାବରିମାମଲା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶକୁ ନେଇ ଶୀର୍ଷ ଅଦାଲତଙ୍କ ରାୟ ପରେ ୧୦ରୁ ୧୫ ବର୍ଷ ବୟସ୍କ ୫୧ ଜଣ ମହିଳା ମନ୍ଦିରରେ ପ୍ରବେଶ କରିଛନ୍ତି। ପାରମ୍ପରିକ ଭାବେ ସାବରିମାଲା ମନ୍ଦିରକୁ ଋତୁମତୀ ହେଉଥିବା ବୟସର ମହିଳାଙ୍କୁ ପ୍ରବେଶ ନିଷେଧ ରହିଥିଲା। ଶହ ଶହ ବର୍ଷ ଧରି ସେଠାରେ ପ୍ରଚଳିତ ଥିବା ପରମ୍ପରା ଅନୁସାରେ ୧୦ ରୁ ୧୫ ବର୍ଷ ବୟସ୍କ ମହିଳା ସାବରିମାଲଶକୁ ପ୍ରବେଶ କରୁ ନ ଥିଲେ।

ମାତ୍ର ୨୦୧୮ ସେପ୍‌ଟେମ୍ବର ୧୮ ତାରିଖରେ ସୁପ୍ରିମ୍‌କୋର୍ଟ ଏ ନେଇ ଆଗତ ଏକ ମାମଲାର ବିଚାର କରି ସବୁ ବୟସର ମହିଳାଙ୍କର ମନ୍ଦିର ପ୍ରବେଶ ଅଧିକାର ରହିଛି ବୋଲି ରାୟ ଦେଇଥିଲେ। ଏହାପରେ ମଧ୍ୟ ପରମ୍ପରାବାଦୀମାନେ ୧୦ ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶକୁ ବିରୋଧ କରିବା ସହ ମନ୍ଦିର ଭିତରକୁ ଛାଡ଼ି ନ ଥିଲେ। ଏ ନେଇ କେରଳରେ ଆନ୍ଦୋଳନ ହେବା ସହ ହିଂସା ମଧ୍ୟ ଦେଖାଦେଇଥିଲା।

ତେବେ ଗତ ଜାନୁଆରି ୨ ତାରିଖରେ କନକ ଦୁର୍ଗା ଓ ବିନ୍ଦୁ ଅମ୍ମିତି ନାମ୍ନୀ ଦୁଇ ଜଣ ୫୦ ବର୍ଷରୁ କମ୍‌ ବୟସ୍କ ମହିଳା ବହୁ ବିରୋଧ ସତ୍ତ୍ୱେ ପୁଲିସ ସହାୟତା ନେଇ ସାବରିମାଲାରେ ପ୍ରବେଶ କରିଥିଲେ। ଏହା ପରେ ଦୁଇ ମହିଳାଙ୍କ ମଧ୍ୟରୁ ଦୁର୍ଗାଙ୍କ ପରିବାରରୁ ତାଙ୍କୁ ବିରୋଧ ମଧ୍ୟ ହୋଇଥିଲା। ଆଜି ସୁପ୍ରିମ୍‌ କୋର୍ଟ ଏଇ ମହିଳାଙ୍କୁ ସୁରକ୍ଷା ଯୋଗାଇବା କେରଳ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଶୁକ୍ରବାର ସୁପ୍ରିମ୍‌କୋର୍ଟଙ୍କୁ କେରଳ ସରକାର ଦେଇଥିବା ସୂଚନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ୫୧ ଜଣେ ଋତୁମତୀ ବୟସର ମହିଳା ମନ୍ଦିରରେ ପ୍ରବେଶ କରିଥିବା କଥା ଦ୍ୱନ୍ଦ୍ୱରେ ପକାଇଛି।

ସମ୍ବନ୍ଧିତ ଖବର