ଭାରତର ଛଅଟି ରାଜ୍ୟରେ ଅଛନ୍ତି ଅଧିକ ଡାକ୍ତର

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ଥିର କରିଥିବା ଅନୁପାତ (ପ୍ରତି ୧୦୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର) ଠାରୁ ଭାରତର ଛଅଟି ରାଜ୍ୟରେ ଅଧିକ ଡାକ୍ତର ଅଛନ୍ତି। ଏହି ସବୁ ରାଜ୍ୟ ହେଲା ଦିଲ୍ଲୀ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଞ୍ଜାବ ଏବଂ ଗୋଆ। ଏହି ସବୁ ରାଜ୍ୟରେ ଏତେ ଡାକ୍ତର ଥିଲେ ବି ମଫସଲ ଅଞ୍ଚଳର ଜନସ୍ୱାସ୍ଥ୍ୟ ନିମନ୍ତେ ଯଥେଷ୍ଟ ଡାକ୍ତର ମିଳୁ ନାହାନ୍ତି। ଏଠାରୁ ବିହାର କିଂବା ଉତ୍ତରପ୍ରଦେଶ ଭଳି କମ୍‌ ଡାକ୍ତର ଥିବା ରାଜ୍ୟକୁ ଅଧିକାଂଶ ଡାକ୍ତର ଯିବାକୁ ନାରଜ ହେଉଛନ୍ତି।

ତାମିଲନାଡୁରେ ପ୍ରତି ୧୦୦୦ ଲୋକଙ୍କ ପାଇଁ ଅଛନ୍ତି ୪ ଜଣ ଡାକ୍ତର। ରୋଗୀ ଓ ଡାକ୍ତର ଅନୁପାତରେ ତାମିଲନାଡୁ ନର୍‌େଓ୍ଵ (୪. ୩) ଓ ସ୍ୱିଡେନ୍‌ (୪. ୨) ସମକକ୍ଷ। ଦିଲ୍ଲୀରେ ପ୍ରତି ୧୦୦୦ ଲୋକରେ ଅଛନ୍ତି ୩ ଜଣ ଡାକ୍ତର। ଏଠାରେ ଡାକ୍ତରଙ୍କ ଅନୁପାତ ଇଂଲଣ୍ଡ, ଆମେରିକା, କାନାଡା ଓ ଜାପନ ଠାରୁ ଅଧିକ। କେରଳ ଓ କର୍ଣ୍ଣାଟକରେ ପ୍ରତି ହଜାର ଲୋକଙ୍କ ପିଛା ଅଛନ୍ତି ୧. ୫ ଡାକ୍ତର ଏବଂ ପଞ୍ଜାବ ଓ ଗୋଆରେ ଅଛନ୍ତି ପ୍ରତି ୧୦୦୦ ଲୋକଙ୍କ ପିଛା ୧. ୩ ଡାକ୍ତର।

ଭାରତରେ ଅଧିକାଂଶ ଡାକ୍ତରମାନେ ସହରାଞ୍ଚଳରେ ଗହଳି କରୁଥିବାରୁ କେତେକ ରାଜ୍ୟ ପ୍ରତି ୧୦୦୦ ଲୋକଙ୍କ ପିଛା ଜଣେ ଡାକ୍ତର ଥିଲେ ବି ମଫସଲ ଅଞ୍ଚଳରେ ଡାକ୍ତରମାନଙ୍କର ଅଭାବ ପରିଲକ୍ଷିତ ହେଉଛି। କିନ୍ତୁ, ତାମିଲନାଡୁ ଓ କେରଳର ଗ୍ରାମୀଣ ଜନସ୍ୱାସ୍ଥ୍ୟ ଧାରାରେ କୌଣସି ଡାକ୍ତର ପଦବୀ ଫାଙ୍କା ନାହିଁ।

ସମ୍ବନ୍ଧିତ ଖବର