ପା୍ଟନା : ବିହାର ଆରାରିଆରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ୭ ଜଣ ଶିଶୁ ଏକ କାର୍ରେ ଯାତ୍ରା କରୁଥିବାବେଳେ ସେମାନଙ୍କ କାର୍ ବିହାରର ଆରାରିଆ ଜିଲ୍ଲାରେ ଏକ ପୋଖରି ମଧ୍ୟକୁ ଖସି ପଡ଼ିଥିଲା। ଫଳରେ ୬ ଜଣ ଶିଶୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଜଣେ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି।