ୟୁଟ୍ୟୁବ୍‌ ‌ଦେଖି ଗର୍ଭପାତ ଉଦ୍ୟମ:ଆଖି ବୁଜିଲେ ଯୁବତୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁରରେ ଅବୈଧ ଗର୍ଭଧାରଣକୁ ନଷ୍ଟ କରିବାକୁ ଯାଇ ଜଣେ ୨୫ ବର୍ଷୀୟା ଅବିବାହିତା ଯୁବତୀଙ୍କ ଜୀବନ ଯାଇଛି। ଲୋକଲଜ୍ଜ୍ୟା ଭୟରେ ସେ ୟୁଟ୍ୟୁବ୍‌ ଦେଖି ଗର୍ଭପାତ କରିବାକୁ ଉଦ୍ୟମ କରି ଶେଷରେ ପ୍ରାଣ ହରାଇଛନ୍ତି। ସୂଚନାନୁଯାୟୀ, ଗତ ୪ ବର୍ଷ ହେଲା ଯୁବତୀ ଜଣକ ଗୋରଖପୁରରେ ରହି କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପଢ଼ୁଥିଲେ। ତେବେ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର