ଅରୁଣାଚଳ ପ୍ରଦେଶରୁ ଆଂଶିକ ହଟିଲା  ସଶସ୍ତ୍ର ସେନା ସ୍ୱତନ୍ତ୍ର କ୍ଷମତା ଆଇନ

ନୂଆଦିଲ୍ଲୀ : ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶରେ ଗତ ୩୨ ବର୍ଷ ଧରି ଲାଗୁ ଥିବା  ସଶସ୍ତ୍ର ସେନା ସ୍ୱତନ୍ତ୍ର କ୍ଷମତା ଆଇନକୁ ଆଂଶିକଭାବେ  ପ୍ରତ୍ୟାହାର କରିନିଆଯାଇଛି । ରାଜ୍ୟର ୯ଟି ଜିଲ୍ଲାମଧ୍ୟରୁ କେବଳ ୩ଟି ଜିଲ୍ଲାରେ ଏହି କ୍ଷମତାକୁ ଆଂଶିକଭାବେ ପ୍ରତ୍ୟାହାର କରିନିଆଯାଇଛି । ତେବେ ଚୀନ ଓ ମିଆଁମାର ସୀମାକୁ ଲାଗିଥିବା ୬ଟି ଜିଲ୍ଲାରେ ଏହା ପୂର୍ବଭଳି ବଳବତ୍ତର ରହିବ ।

ଫେବ୍ରୁଆରୀ ୨୦, ୧୯୮୭ରେ ସ୍ୱତନ୍ତ୍ର ରାଜ୍ୟଭାବେ ଅତ୍ମପ୍ରକାଶ କରିଥିବା ଅରୁଣାଚଳ ପ୍ରଦେଶରେ ମୂଳରୁ ହିଁ ଏଏଫଏସପିଏ ଲାଗୁ ହୋଇଥିଲା । ଚୀନ ସମର୍ଥିତ ଉଗ୍ରବାଦୀ ସଂଗଠନଗୁଡ଼ିକର ପ୍ରଦୁର୍ଭାବ ଯୋଗୁଁ ଏହା କରାଯାଇଥିଲା । କେବଳ ଅରୁଣାଚଳ ପ୍ରଦେଶ ନୁହେଁ, ଉତ୍ତରପୂର୍ବାଞ୍ଚଳର ନାଗାଲାଣ୍ଡ, ମଣିପୁର ଆଦି ଆଉ କେତେକ ରାଜ୍ୟରେ ଏବେ   ଏଏଫଏସପିଏ ଲାଗୁ ରହିଛି । ଅନ୍ୟପକ୍ଷରେ ଜାମ୍ମୁ ଓ କାଶ୍ମୀରରେ ମଧ୍ୟ ଏହା ଲାଗୁ ରହିଛି । ଏହି ରାଜ୍ୟରେ ସଶସ୍ତ୍ର ସେନାର ସ୍ୱତନ୍ତ୍ର କ୍ଷମତା ଆଇନକୁ ପ୍ରତ୍ୟାହାର କରିନେବା କଥା କଂଗ୍ରେସ ନିଜ ଇସ୍ତାହାରରେ କହିଛି ।

ସମ୍ବନ୍ଧିତ ଖବର