ସିବିଏସ୍‌ଇ ଖାତା ଦେଖାରେ ବଡ଼ ଧରଣର ବିଭ୍ରାଟ: ୧୦ ହଜାର ଛାତ୍ରଛାତ୍ରୀ କଲେ ପୁନଃ ଯାଞ୍ଚ ଲାଗି ଆବେଦନ

ନୂଆଦିଲ୍ଲୀ: ଚଳିତବର୍ଷ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌(ସିବିଏସ୍‌ଇ)ର ଦଶମ ଓ ଦ୍ୱାଦଶ ବାର୍ଷିକ ଫଳାଫଳ ବାହାରିବା ପରେ ବହୁ ଛାତ୍ର ନିଜର ମାର୍କକୁ  ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସିବିଏସ୍‌ସି ଦଶମ ଓ ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ସେମାନଙ୍କ ଖାତା ପୁଣିଥରେ ଯାଞ୍ଚ ପାଇଁ ଆବେଦନ କରିଛନ୍ତି। ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଫେଲ୍‌ ମଧ୍ୟ କରି ଦିଆଯାଇଛି।

ଯାଞ୍ଚ୍‌ ହେବା ପରେ ଯେଉଁଭଳି ଭାବେ ଫଳାଫଳ ଦେଖିବାକୁ ମିଳିଛି ତାହା ସଭିଙ୍କୁ ଚକିତ କରିଛି। ଜଣେ ଛାତ୍ରୀଙ୍କ ଖାତାରେ ୧୬ ମାର୍କ ଥିବା ବେଳେ ଯାଞ୍ଚ୍‌ ହେବା ପରେ ତାଙ୍କୁ ୮୦ ମାର୍କ ମିଳିଛି। ସେହିପରି ଅନ୍ୟ ଜଣେ ଛାତ୍ର ଉର୍ଦ୍ଦୁରେ ୩୭ ମାର୍କ ରଖିଥିବା ବେଳେ ଯାଞ୍ଚ୍‌ ହେବା ପରେ ତାଙ୍କୁ ୦ ମିଳିଛି।

ଗତବର୍ଷ ବି ଏପରି ସମସ୍ୟା ଦେଖିବାକୁ ମିଳିଥିଲା। ଏପରିକି ପୁନଃ ଯାଞ୍ଚ ପାଇଁ କେତୋଟି ଆବେଦନ ହୋଇଥିଲା ତାହା ବି ବୋର୍ଡ ପକ୍ଷରୁ ସ୍ପଷ୍ଟ ଭାବେ କୁହା ଯାଇନଥିଲା।

ସମ୍ବନ୍ଧିତ ଖବର