ମାସ ମାସ ଧରି ବିନ୍ଧୁଥିଲା ପେଟ; ଚିକିତ୍ସା ପରେ ମହିଳାଙ୍କ ଅଣ୍ଡାଶୟରୁ ବାହାରିଲା ତରଭୁଜ ଆକାରର ୨୨କିଲୋର ଟ୍ୟୁମର
ଓ୍ଵାଶିଂଟନ : ଆମେରିକାର ଅଲାବାମାରେ ଘଟିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଘଟଣା । ଅଲାବାମାରେ କାଏଲା ରାୟନ ନାମକ ଜଣେ ମହିଳାଙ୍କ ଅଣ୍ଡାଶୟରୁ ୨୨କିଲୋର ଟ୍ୟୁମର ବାହାର କରାଯିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ମାସ ଧରି କାଏଲାଙ୍କ ପେଟ ବିନ୍ଧା ହେବା ସହ ହଠାତ୍ ଓଜନ ବଢ଼ିବାକୁ ଲାଗିଥିଲା । କିଛି ଲୋକ ସେ ଗର୍ଭବତୀ ଥିବା କହିବା ସହ ତାଙ୍କ ପେଟରେ ଜାଆଁଳା ପିଲା ଥିବା କହିବା ଆରମ୍ଭ କରିଥିଲେ । କିଛି ଦିନ ପରେ ଯନ୍ତ୍ରଣା ଅଧିକ ବଢ଼ିବାରୁ ଡ଼ାକ୍ତରଙ୍କୁ ପରାମର୍ଶ କରାଇଥିଲେ କାଏଲା । ଡ଼ାକ୍ତର ପରୀକ୍ଷା କରିବା ପରେ କାୟଲାଙ୍କ ଅଣ୍ଡାଶୟରେ ଏକ ତରଭୁଜ ଆକାରରେ ଟ୍ୟୁମର ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତୁରନ୍ତ ଅସ୍ତ୍ରୋପଚାର କରା ନଗଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିବା ପରେ ମେ ୨୬ରେ କାଏଲାଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ କଢ଼ା ଯାଇଥିବା ଟ୍ୟୁମରର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି, ଯାହାକୁ ଦେଖି ଲୋକମାନେ ଅଶ୍ଚର୍ଯ୍ୟ ହୋଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
କାଏଲାଙ୍କ କହିବା ଅନୁଯାୟୀ, ହଠାତ୍ ତାଙ୍କ ଓଜନ ବଢ଼ିବାର କାରଣ ଟ୍ୟୁମର ବୋଲି ସେ ଜମା ବି ଭାବି ନଥିଲେ । ସମସ୍ତେ ତାଙ୍କୁ ଗର୍ଭବତୀ କହିବା ସହ ଯାଆଁଳା ପିଲାର ମା’ହେବେ ବୋଲି କହିବା ଆରମ୍ଭ କରିଥିଲେ । କିନ୍ତୁ ପେଟର ଯନ୍ତ୍ରଣା ହଠାତ୍ ବଢ଼ିବାରୁ ସେ ଅଲାବାମାରେ ଥିବା ଜ୍ୟାକ୍ସନ ହସ୍ପିଟାଲରେ ନିଜର ଚିକିତ୍ସା ଆରମ୍ଭ କରିଥିଲେ । ଏହି ଟ୍ୟୁମର ହଟାଇବା ପରେ ତାଙ୍କର ଓଜନ ୩୪କିଲୋ କମ ହୋଇଥିବା ଜଣାପଡ଼ିଛି ।