ବିନତା ନନ୍ଦାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ଆଲୋକନାଥ

ମୁମ୍ବାଇ: ‘# ମି ଠୁ’ ଅଭିଯାନରେ ସାମିଲ ହୋଇ ଲେଖିକା-ପ୍ରଯୋଜିକା ବିନତା ନନ୍ଦା ପ୍ରଖ୍ୟାତ ଅଭିନେତା ଆଲୋକନାଥଙ୍କ ଉପରେ ଦୁଷ୍କର୍ମ ଓ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଏଥିରେ କ୍ଷୁବ୍ଧ ହୋଇ ଆଲୋକନାଥ ବିନତା ନନ୍ଦାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।

ଆଲୋକନାଥ ପୂର୍ବରୁ ଏହି ମାମଲାରେ ମୁହଁ ଖୋଲି କହିଥିଲେ ଯେ, ବିନତାଙ୍କ ସହ ଦୁଷ୍କର୍ମ ହୋଇଥାଇପାରେ, ତାଙ୍କୁ ସହ ଅନ୍ୟ କେହି ଏହି କାର୍ଯ୍ୟ କରିଥାଇ ପାରନ୍ତି, ହେଲେ ସେ ନୁହଁନ୍ତି।

ଆଲୋକନାଥ ଏହି ମାମଲାରେ ମୁହଁ ଖୋଲି ଅଭିଯୋକୁ ଅସ୍ୱୀକାର କରିବା ସହ ବିନତା କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ। ମାତ୍ର ବିନତା କ୍ଷମା ପ୍ରାର୍ଥନା କରି ନ ଥିଲେ। ଏଣୁ ସେ ଆଜି (ଅକ୍ଟୋବର ୧୩) ତାରିଖରେ ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଥିବା ହେତୁ ବିନତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। କେବଳ ସେତିକି ନୁହେଁ, ଆଲୋକନାଥଙ୍କ ପତ୍ନୀ ମଧ୍ୟ ବିନତାଙ୍କ ବିରୋଧରେ ଅନ୍ଧେରୀ କୋର୍ଟରେ ଏମ ମାମଲା ଦାୟର କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ କି ବିନତା ନନ୍ଦା ଅଭିଯୋଗ ଆଣିଥିଲେ ଯେ, ୧୯ ବର୍ଷ ତଳେ ଏକ ପାର୍ଟିରୁ ସେ ଫେରୁଥିବା ସମୟରେ ଆଲୋକନାଥ ତାଙ୍କୁ ଲିଫ୍ଟ ଦେଇ ଗାଡ଼ିରେ ମଦ ପିଆଇ ଥିଲେ। ଏହାପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା।

ଆଲୋକନାଥଙ୍କ ବିରୋଧରେ ଆଗରୁ ଅଭିନେତ୍ରୀ ସନ୍ଧ୍ୟା ମୃଦୁଳ ଓ ହିମାନୀ ଶିବପୁରୀ ମଧ୍ୟ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ‘ହମ୍‌ ସାଥ୍‌ ସାଥ୍‌ ହୈ’ର ସୁଟିଂ ସମୟରେ ଆଲୋକନାଥ ଏହି ଦୁଇ ଜଣଙ୍କ ପ୍ରତି ଅନୁଚିତ ଆଚରଣ ପ୍ରଦର୍ଶନ କରିଥିଲେ। ଏହା ଶୁଣି ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ ,ମାତ୍ର କେହି ପ୍ରତିକ୍ରିୟା ଦେଇ ନ ଥିଲେ।

ସମ୍ବନ୍ଧିତ ଖବର