ଗୁଜୁରାଟ କଂଗ୍ରେସକୁ ବଡ ଝଟକା, ଇସ୍ତଫା ଦେଲେ ଅଳ୍ପେଶ ଠାକୁର

ଅହମ୍ମଦାବାଦ: ଗୁଜୁରାଟରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି | କଂଗ୍ରେସର ବିଧାୟକ ଅଳ୍ପେଶ ଠାକୁର ଓ ଧବଳ ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଦୁଇଟି ରାଜ୍ୟସଭା ଆସନକୁ ନେଇ ଆଜି ବିଧାନସଭାରେ ଭୋଟିଂ ହୋଇଥିଲା | ବିଜେପି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଓବିସି ନେତା ଯୁଗଳ ଜି ଠାକରଙ୍କୁ ପ୍ରାର୍ଥୀ କରିଥିଲା |

timesofindia.indiatimes.com

ତେବେ କଂଗ୍ରେସ ପକ୍ଷରୁ ଚନ୍ଦ୍ରିକା ଚୂଡ଼ାସମା ଓ ଗୌରବ ପାଣ୍ଡ୍ୟାଙ୍କୁ ମଇଦାନକୁ ଓହ୍ଲାଇଥିଲା | ଅଳ୍ପେଶ ଠାକୁର କଂଗ୍ରେସରୁ ଇସ୍ତଫା ଦେବା ପରେ କହିଛନ୍ତି ଯେ ସେ ତାଙ୍କର ଭୋଟ ରାଷ୍ଟ୍ରୀୟ ନେତୃତ୍ୱକୁ ଦେଇଛନ୍ତି | ସେ ତାଙ୍କର ଅନ୍ତରାତ୍ମା ଅନୁଯାୟୀ ଭୋଟ ଦେଇଛନ୍ତି |

ଅଳ୍ପେଶ ଠାକୁର କହିଛନ୍ତି ଯେ ସେ ରାହୁଲଙ୍କୁ ଭରସା କରି କଂଗ୍ରେସରେ ଯୋଗ ଦେଇଥିଲେ | କିନ୍ତୁ ଦୁର୍ଭାଗ୍ୟ କାରଣରୁ ରାହୁଲ ତାଙ୍କ ପ୍ରତି ଦୃଷ୍ଟି ଦେଇ ନାହାଁନ୍ତି ବୋଲି କହିଛନ୍ତି | ବାରମ୍ବାର ତାଙ୍କୁ ଅପମାନ କରାଯାଇଥିବାରୁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି |

ସମ୍ବନ୍ଧିତ ଖବର