ସାଢ଼େ ୩ ଲକ୍ଷ କଶ୍ମୀର ପଣ୍ଡିତଙ୍କ ପୁନର୍ବାସ କରିବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୁଛନ୍ତି ଏହି ଯୋଜନା
ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ଟିମ ଘାଟିରେ କଶ୍ମୀର ପଣ୍ଡିତଙ୍କୁ ପୁନର୍ବାସ କରିବା ଲାଗି ପ୍ରଭାବଶୀଳ ନୀତି ପ୍ରସ୍ତୁତ କରୁଥିବା ଜଣାଯାଇଛି । ସ୍ବରାଷ୍ଟ୍ର ମନ୍ତ୍ରାଳୟର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅମିତ ଶାହା ଏବାବଦରେ ଗତ ଏକ ମାସ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରାଳୟର କଶ୍ମୀର ଡିଭିଜନର ପ୍ରମୁଖ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କଠାରୁ ରକ୍ଷା ପାଇ କଶ୍ମୀର ପଣ୍ଡିତଙ୍କ ପୁନର୍ବାସ କରିବାକୁ ଚାହୁଁଛନ୍ତି ଅମିତ ଶାହ। ଏବେ କାଶ୍ମୀରରେ କଶ୍ମୀର ପଣ୍ଡିତଙ୍କ ସଂଖ୍ୟା ହେଉଛି ପାଖାପାଖି ସାଢ଼େ ୩ ଲକ୍ଷ ।ସେମାନେ ୧୯୮୯ ପରେ ଆରମ୍ଭ ହୋଇଥିବା ଉଗ୍ରବାଦୀ ଗୋଷ୍ଠୀକୁ ପୂର୍ବ ନିୟୋଜିତ ଆକ୍ରମଣ ପରେ ଘାଟିରୁ ପଳାୟନ କରିଥିଲେ। କେନ୍ଦ୍ର ସରକାର ଘାଟିରେ କଶ୍ମୀର ପଣ୍ଡିତଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା କରିବାକୁ ଯାଉଛନ୍ତି ।
୨୦୧୫ରେ ଜମ୍ମୁ କଶ୍ମୀର ସରକାର ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ଏହି କାମ ଆଗକୁ ବଢ଼ିବ ବୋଲି ଜଣାଯାଇଛି। ପୁନର୍ବାସ ଯୋଜନା ବ୍ୟତୀତ, ସ୍ବରାଷ୍ଟ୍ରମନ୍ତ୍ରୀ କଲ୍ୟାଣକାରୀ ଯୋଜନାରେ ମଧ୍ୟ କଶ୍ମୀର ପଣ୍ଡିତଙ୍କୁ ସାମିଲ କରାଯିବ ବୋଲି ଜଣାଯାଇଛି ।