କରୋନାଭାଇରସ୍‌କୁ ନେଇ ଏଭଳି ଟୁଇଟ କଲା ଅମୂଲ; ବ୍ୟବହାରକାରୀ କହିଲେ ସମୟ ଓ ଚିନ୍ତାଧାରା ଖୁବ୍‌ ସୁନ୍ଦର

ନୂଆଦିଲ୍ଲୀ: କରୋନାଭାଇରସ୍‌ର ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିଟି ଦେଶରେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ଟେଲିଭିଜନ୍‌, ଖବର କାଗଜ ଓ ରେଡିଓ ଆଦି ମାଧ୍ୟମରେ ଦିଆଯାଉଛି। ଏହି କ୍ରମରେ ଅମୂଲ ନିଜର ଟୁଇଟର ହ୍ୟାଣ୍ଡେଲରେ ଏକ ବିଜ୍ଞାପନ ଟୁଇଟ କରିଛି। ଏହି ଟୁଇଟରେ ଅମୂଲ ଲୋକମାନଙ୍କୁ ସୁରକ୍ଷିତ ରହିବା ସହିତ ସବୁଦିଗରୁ କରୋନାଭାଇରସ୍‌ ପାଇଁ ସାବଧାନତା ଅବଲମ୍ବନ କରିବାକୁ ଅନୁରୋଧ କରିଛି।

ଅମୂଲ ନିଜ ସୃଜନଶୀଳତାକୁ ଦେଖାଇ ଟୁଇଟ କରିଛି, ‘ସରି ଠାରୁ ଉତ୍ତମ ସଫାସୁତୁରା’। ଏଯାବତ ଏକ ହଜାରରୁ ଅଧିକ ଲୋକ ଏହି ଟୁଇଟକୁ ଲାଇକ୍‌ କରି ସାରିଲେଣି। ଅମୂଲ ଦ୍ୱାରା କରାଯାଇଥିବା ଟୁଇଟରେ ଦେଖିବାକୁ ମିଳୁଛି କି, ଝିଅଟିଏ ହାତ ଧୋଉଛି।

 

ଜଣେ ବ୍ୟବହାରକାରୀ ଏହି ଟୁଇଟ ଦେଖିବା ପରେ ଲେଖିଛନ୍ତି, କେବଳ ସାବଧାନ ରହିଲେ ହିଁ କରୋନାଭାଇରସ୍‌ ସଂକ୍ରମଣରୁ ଆମେ ରକ୍ଷା ପାଇ ପାରିବା। ଅଧିକରୁ ଅଧିକ ଏହି ଭାଇରସ୍‌ ନେଇ ଲୋକମାନଙ୍କୁ ସଚେତନ କରାନ୍ତୁ। ସମୟ ଓ ଚିନ୍ତାଧାରା ଖୁବ୍‌ ସୁନ୍ଦର।

ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି କରୋନାଭାଇରସ୍‌ ଭୟରେ ୪ଟି ଦେଶର ନାଗରିକଙ୍କୁ ଜାରି କରାଯାଇଥିବା ଭିସାକୁ ଭାରତ ସରକାର ରଦ୍ଦ କରି ଦେଇଛନ୍ତି। ମାର୍ଚ୍ଚ ୩ କିମ୍ବା ଏହା ପୂର୍ବରୁ ଇଟାଲୀ, ଇରାନ୍‌, ଦକ୍ଷିଣ କୋରିଆ ଓ ଜାପାନର ନାଗରିକଙ୍କୁ ଜାରି କରାଯାଇଥିବା ନିୟମିତ ଭିସା/ ଇ-ଭିସାକୁ ତତ୍କାଳ ରଦ୍ଦ କରାଯାଇଥିବା ଜଣାପଡ଼ିଛି । ଯେଉଁମାନେ ଏଯାବତ ଭାରତରେ ପ୍ରବେଶ କରି ନାହାନ୍ତି ଏହା ସେମାନଙ୍କ ଲାଗି ଲାଗୁ ହୋଇଛି। ଏଥିସହ ଏହି ୪ ଦେଶର ଯେଉଁ ନାଗରିକଙ୍କର ଭାରତ ଆସିବା ଅତ୍ୟନ୍ତ ଜରୁରୀ ଥିବ ସେମାନେ ନିଜ ଦେଶର ଭାରତୀୟ ଦୂତାବାସରେ ଭିସା ଲାଗି ଆବେଦନ କରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର