ଅପ୍‌ସରା ରେଡ୍ଡି କଂଗ୍ରେସର ପ୍ରଥମ କିନ୍ନର ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ କଂଗ୍ରେସ ଦଳ ଏହାର ମହିଳା ଶାଖାର ଜାତୀୟ ସାଧାରଣ ସମ୍ପାଦକ ଭାବେ ଜଣେ କିନ୍ନରଙ୍କୁ ନିଯୁକ୍ତ କରିଛି। ପ୍ରଥମ କିନ୍ନର ଭାବେ ଅପ୍‌ସରା ରେଡ୍ଡିଙ୍କୁ ଏହି ଗୁରୁ ଦାୟିତ୍ବ ମିଳିଛି। ଜଣେ ସାମ୍ବା‌ଦିକ ତଥା ସାମାଜିକ କର୍ମୀ ଅପ୍‌ସରାଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପଦରେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ବିଜେପି ଏବଂ ଏଆଇଏଡିଏମ୍‌କେରେ ଯୋଗ ଦେଇଥିବା ଅପ୍‌ସରା କଂଗ୍ରେସରେ ଯୋଗ ଦେବାପରେ ଦଳର ଆଦର୍ଶକୁ ପ୍ରଶଂସା କରିଛନ୍ତି ଏବଂ ରାହୁଲଙ୍କ ନେତୃତ୍ବରେ‌ ସେ ଦେଶର ମହିଳାମାନଙ୍କ ସେବା କରିବେ ବୋଲି କହିଛନ୍ତି। ବିଜେପିରେ ଯୋଗ ଦେବାର ମାସକ ମଧ୍ୟରେ ଅପ୍‌ସରା ଦଳ ତ୍ୟାଗ କରିଥିଲେ। ସେହିପରି ଏଆଇଏଡିଏମ୍‌କେର ସେ ଜାତୀୟ ମୁଖପାତ୍ର ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ତାଙ୍କୁ ଏହି ଦାୟିତ୍ବ ଦେଇଥିଲେ। କିନ୍ତୁ ଦଳ ସହ ମତଭେଦ ହେବାରୁ ସେ ଦଳ ଛାଡ଼ିଦେଲେ। କଲେଜ୍‌ ଦିନରୁ ଜଣେ ସାମାଜିକ କର୍ମୀ ଭାବେ ପରିଚିତ ଅପ୍‌ସରା ଶିଶୁ ଦୁଷ୍କର୍ମ ବିରୋଧରେ ଜୋରଦାର ସ୍ବର ଉତ୍ତୋଳନ କରିଆସୁଛନ୍ତି।

ସମ୍ବନ୍ଧିତ ଖବର