ଆସ୍‌ମା ଜାହାଙ୍ଗୀରଙ୍କ ପରଲୋକ

ନୂଆଦିଲ୍ଲୀ: ଜଣାଶୁଣା ବରିଷ୍ଠ ଆଇନଜୀବୀ ତଥା ମାନବାଧିକାର କାର୍ଯ୍ୟକର୍ତ୍ତା ଆସ୍‌ମା ଜାହାଙ୍ଗୀରଙ୍କ ଆଜି ଲାହୋରରେ ପରଲୋକ ଘଟିଛି । ତାଙ୍କୁ ୬୬ ବର୍ଷ ହୋଇଥିବା ବେଳେ ହୃଦ୍‌୍‌ଘାତରେ ମୃତ୍ୟୁ ଘଟିଥବା ପ୍ରକାଶ। କୁଳଭୂଷଣ ଯାଦବ ମାମଲାରେ ଆସ୍‌ମା ଜାହାଙ୍ଗୀର ପାକିସ୍ତାନ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଗୁପ୍ତଚର ଦର୍ଶାଇ ପାକ୍‌ ସମାରିକ ଅଦାଲତ ଫାଶୀ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କୁ ଦୂତାବାସ ସହ ଯୋଗାଯୋଗ କରିବାକୁ ସୁଯୋଗ େଦେଉନଥିଲା। ଏହି ମାମଲାରେ ଆସ୍‌୍‌ମା ପାକ୍‌ ପ୍ରଶ୍ନ କରିଥିଲେ- ଦୂତାବାସ ସହ ଯୋଗାଯୋଗ ସୁଯୋଗ ନଦେବା ପାଇଁ ସରକାରଙ୍କୁ କିଏ ପରାମର୍ଶ ଦେଇଛି। ଏହାଦ୍ୱାରା ଭାରତରେ ବନ୍ଦୀ ଥିବା ପାକିସ୍ତାନ ନାଗରିକଙ୍କ ଅଧିକାର ବିପଦଗ୍ରସ୍ତ ହେବନାହିଁ କି ବୋଲି ଆସ୍‌ମା ପ୍ରଶ୍ନ କରିଥିଲେ। ଏ କ୍ଷେତ୍ରରେ ପାକିସ୍ତାନ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରିପାରିବ ନାହିଁ ବୋଲି ସେ ରୋକ୍‌ଠୋକ ଶୁଣାଇ ଦେଇଥିଲେ। ଆସମାଙ୍କ ଜନ୍ମ ୧୯୫୨ରେ ଲାହୋରରେ ହୋଇଥିଲା। ସେ ପଂଜାବ ବିଶ୍ୱବିଦ୍ୟାଳୟରେ ଏଲ୍‌ଏଲ୍‌ବି କରିବା ପରେ ଲାହେର ହାଇକୋର୍ଟ ଏବଂ ପାକିସ୍ତାନ ସୁପ୍ରିମ୍‌ କୋର୍ଟରେ ଓକିଲାତି କରିଥିଲେ। ପାକିସ୍ତାନରେ ଯେତେବେଳେ ବି ଗଣତନ୍ତ୍ର ବିପଦ ଗ୍ରସ୍ତହୋଇଛି, ସେତେବେଳେ ଆସ୍‌ମା ଜୋର୍‌ଦାର ସ୍ୱର ଉତ୍ତୋଳନ କରିଛନ୍ତି।

ସମ୍ବନ୍ଧିତ ଖବର