ଲକ୍ଷ୍ନୌରେ ରେଲୱେ କର୍ମଚାରୀଙ୍କ ହଙ୍ଗାମା :  ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଉପରକୁ ଫୋପାଡିଲେ ଫୁଲଦାନୀ, ଲଗାଇଲେ ରେଳମନ୍ତ୍ରୀ ମୁର୍ଦ୍ଦାବାଦ ନାରା

ଲକ୍ଷ୍ନୌ : ହଟହଟା ହେଲେ ରେଳମନ୍ତ୍ରୀ ପିୟୁଷ ଗୋଏଲ। ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପରେ ଆକ୍ରମଣ କରିଛନ୍ତି ଖୋଦ୍ ରେଲୱେ ୟୁନିୟନର କର୍ମଚାରୀ। ଏପରିକି ରେଳମନ୍ତ୍ରୀଙ୍କ ନାଁରେ ମଧ୍ୟ ମୁର୍ଦ୍ଦାବାଦ ପକାଇବାକୁ ମଧ୍ୟ ପଛାଇନଥିଲେ ଏହି କର୍ମୀମାନେ। ଏହାଛଡା ପୀୟୁଷ ଗୋଏଲଙ୍କ ଉପରକୁ ଫୁଲଦାନୀ ଫିଙ୍ଗିଛନ୍ତି । ଆଉ ଏହିଭଳି ଉତ୍ତେଜନା ମୂଳକ ସ୍ଥିତି ଦେଖି ପୀୟୁଷ ଗୋଏଲ ସଙ୍ଗେ ସଙ୍ଗେ ସେହି ସ୍ଥାନ ଛାଡିବାକୁ ବାଧ୍ୟ ହୋଇଥିଲେ। ଆଉ ଏହି ପୂରା ଘଟଣା ଉତ୍ତର ପ୍ରଦେଶ ପୋଲିସ ଊପସ୍ଥିତିରେ ହୋଇଛି । ରେଳମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭାଷଣ ଦେବା ପରେ ଏଭଳି ହଙ୍ଗାମା କରିଥିଲେ ରେଲୱେ କର୍ମଚାରୀ ।

ଲକ୍ଷ୍ନୌରେ ଯୋଗ ଦେଇଥିବା କାର୍ଯ୍ୟକ୍ରମରେ ପୀୟୁଷ ଗୋଏଲଙ୍କ ଉପରେ ଲୋକମାନେ ଏତେ ଉତକ୍ଷିପ୍ତ ହୋଇ ଯାଇଥିଲେ ଯେ, ତାଙ୍କ ଗାଡି ଉପରକୁ ଫୁଲଦାନୀ ଫୋପାଡି ଭାଙ୍ଗି ଦେଇଥିଲେ । ଏପରିକି ମନ୍ତ୍ରୀ ଯିବା ପରେ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳରେ ଲୋକମାନେ ହଙ୍ଗାମା କରିବାକୁ ପଛାଇ ନଥିଲେ । ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିବା ରେଳମନ୍ତ୍ରୀ ନିଜ ଭାଷଣରେ ଏନପିଏସ ଓ ଅପ୍ରେନଟିସ୍ ଜଏନିଙ୍ଗକୁ ନେଇ ରେଲୱେ ୟୁନିୟନ ଉପରେ କର୍ମଚାରୀଙ୍କୁ ଉସକାଉଥିବାର ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ହଙ୍ଗାମା ।

ଏପରିକି ଭାଷଣ ସରିବା ପରେ ଯେତେବେଳେ ପୀୟୁଷ ଗୋଏଲ ଯିବା ପାଇଁ ଉଦ୍ୟତ ହେଲେ ତାଙ୍କ ଗାଡି ଅଟକାଇବାକୁ ଚେଷ୍ଟା କରିଥିଲେ ୟୁନିୟନର କର୍ମଚାରୀ । ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରେ ଆକ୍ରମଣ କରିବା ସହ ଛାଡିନଥିଲେ । ତେବେ ପୋଲିସ ଓ ଆରପିଏଫ ବହୁତ କଷ୍ଟରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଭିଡ ମଧ୍ୟରୁ ବାହାରକୁ ଆଣିଥିଲେ । ଆଉ ଅଳ୍ପକେ ବର୍ତ୍ତି ଯାଇଥିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ।

ସମ୍ବନ୍ଧିତ ଖବର