ଏଥର ସହଜରେ ମିଳିବ ସର୍ବଗୁଣ ସଂପନ୍ନ ସଂସ୍କାରୀ ବୋହୂ ! ଏଥି ପାଇଁ ୩ ମାସର ପ୍ରଶିକ୍ଷଣ ଦେବ ଆଇଆଇଟି-ବିଏଚ୍‌ୟୁ

ବାରଣାସୀ: ଆଜିକାଲି ଚିନ୍ତାର କାରଣ ପାଲଟିଛି ଶାଶୁ-ବୋହୂଙ୍କ ମଧ୍ୟରେ ଥିବା ସଂପର୍କ । ପ୍ରତିଦିନ ଶାଶୁ-ବୋହୂ କଳହର ଖବର ଶୁଣିବାକୁ ମିଳୁଥିବା ବେଳେ ଯୌତୁକ ନିର୍ଯାତନା ବା ବୋହୂ ଶାଶୁଶ୍ୱଶୁରଙ୍କୁୁ ନିର୍ଯ୍ୟାତନା ଦେଉଥିବା ଖବର ସାମ୍ନାକୁ ଆସୁଛି । ଉପୁଜୁଥିବା ଏ ସବୁ ଅସୁବିଧାକୁ କମ କରିବା ପାଇଁ ଏବେ ‘ମାଇଁ ଡ଼ଟର,ମାଇଁ ପ୍ରାଇଡ୍‌’ ନାମକ ଏକ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଏହାକୁ ୟଙ୍ଗ ସ୍କିଲ୍‌ ଇଣ୍ଡିଆ ଷ୍ଟାଟ୍‌ର୍ ଅପ୍‌ ଆରମ୍ଭ କରିଥିବା ବେଳେ ଏଥିରେ ଯୁବତୀମାନଙ୍କ ବିବାହ ପୂର୍ବରୁ କିପରି ଭଲ ବୋହୂ ହୋଇପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ ।

or.wikipedia.org

ଏହି ୩ ମାସର ପାଠ୍ୟକ୍ରମରେ ଯୁବତୀମାନଙ୍କୁ କଥା ହେବାର ଶୈଳୀ ଶିଖାଯିବା ସହ ତାଙ୍କ ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରାଯିବ । ଆଇଆଇଟି-ବିଏଚ୍‌ୟୁର ମାଲବୀୟ ନବ ପରିବର୍ତ୍ତନ କେନ୍ଦ୍ର ସହ ମିଶି ଏହାକୁ ଆରମ୍ଭ କରାଯାଇଥିବା ବେଳେ ଏହି ପାଠ୍ୟକ୍ରମଟି ଅଧିକାରୀକ ଭାବରେ ଆଇଆଇଟି-ବିଏଚ୍‌ୟୁ ସହ ଜଡ଼ିତ ନୁହଁ ବୋଲି ଷ୍ଟାଟ୍‌ର୍-ଅପ୍‌ର ସିଇଓ ସ୍ପଷ୍ଟ କରିଛନ୍ତି । ଆରମ୍ଭ କରାଯାଇଥିବା ଏହି ପାଠ୍ୟକ୍ରମ ଦ୍ୱାରା ବିବାହ ପରେ ଜଣେ ମହିଳାଙ୍କୁ ନିଜ ଜୀବନକୁ କିଭଳି ଭାବରେ ସମ୍ଭାଳିବାକୁ ହୁଏ ସେ ବିଷୟରେ ଶିକ୍ଷା ଦିଆଯିବ । କିଛି ମହିଳା ଘର ଚଳାଇବାରେ ସାହାଯ୍ୟ କରିବା ପାଇଁ ଚାକିରି କରିଥାନ୍ତି । କିନ୍ତୁ ବିବାହ ପରେ ଚାକିରି ଏବଂ ଘରକୁ ଏକା ସାଙ୍ଗରେ ସମ୍ଭାଳି ପାରନ୍ତି ନାହିଁ । ଏହି ପାଠ୍ୟକ୍ରମ ଦ୍ୱାରା ସେମାନଙ୍କୁ ଏକା ସାଙ୍ଗରେ କିପରି ସବୁ କାମ ସମ୍ଭାଳିବାକୁ ହୁଏ ତାହା ଜଣାଇବା ସହ ଶାଶୁ-ଶ୍ୱଶୁରଙ୍କ ସହ ସଂପର୍କ କିପରି ମଧୁର ରହିବ ସେ ବିଷୟରେ କୁହାଯିବ । ଏହି ପାଠ୍ୟକ୍ରମ ଆରମ୍ଭ ହେବା ପରେ କିଛି ଏହାକୁ ନିଜର ସମର୍ଥନ ଜଣାଇଥିବା ବେଳେ କିଛି ଏଥିରେ କୌଣସି ଲାଭ ନାହିଁ ଓ ଏହାକୁ କେବଳ ଟଙ୍କା ଆୟ କରିବା ପାଇଁ ଆରମ୍ଭ କରାଯାଇଥିବା କହିଛନ୍ତି ।

ସମ୍ବନ୍ଧିତ ଖବର