ନିଜ ବୟାନ ପାଇଁ ହଟହଟା ହେଲେଣି ସିଦ୍ଧୁ, ତାଙ୍କ ପାଖକୁ ପାଉଁଜି ପଠାଇଲେ ବିଜେପି ନେତା, କହିଲେ ଇମ୍ରାନ ଖାଁ ସହ ମିଶି ନାଚ

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଯାଇଛନ୍ତି କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ । ଆଜି ସୋନି ଟିଭି ତାଙ୍କୁ କପିଲ ଶର୍ମା ଶୋରୁ ବିଦା କରିଥିବା ବେଳେ ଲୋକମାନେ ତାଙ୍କ ସୋସିଆଲ ମିଡିଆରେ ପ୍ରବଳ ଗାଳି ଦେଉଛନ୍ତି । ଏପରିକି ତାଙ୍କ ଘରକୁ ଲୋକମାନେ ଫୋନ କରି ଗାଳି ଦେଉଥିବା ଖବର ହସ୍ତଗତ ହୋଇଛି ।

 

ଏବେ ଜଣେ ବିଜେପି ସାଂସଦ ନେତା ତେଜିନ୍ଦର ପାଲ ସିଂ ବଗା ସିଦ୍ଧୁଙ୍କ ପାଖକୁ ହଳେ ପାଉଁଜି ପଠାଇଛନ୍ତି । ପାଉଁଜି ପଠାଇ ସେ ଲେଖିଛନ୍ତି ଯେ “ଆପଣଙ୍କ ପାଇଁ ପାଉଁଜି ପଠାଇଛି । ଏହାକୁ ପିନ୍ଧିକରି ନିଜର ଘନିଷ୍ଠ ବନ୍ଧୁ ଇମ୍ରାନ ଖାଁଙ୍କ ସହ ତାଳଦେଇ ନାଚ ।“

ସୂଚନାଯୋଗ୍ୟ ଯେ ଗତ କାଲି ସିଦ୍ଧୁ କହିଥଲେ ଯେ ଏହି ଆତଙ୍କବାଦୀ କାଣ୍ଡ ଏକ ଦୁର୍ଭାଗ୍ୟଜନକ ଘଟଣା । କିନ୍ତୁ ଅଳ୍ପ କିଛି ଲୋକଙ୍କ ପାଇଁ ସମଗ୍ର ଏକ ଦେଶକୁ ଦୋଷୀ ବୋଲି କହିବା ଠିକ ନୁହେଁ । ସେ ଆହୁରି ମଧ୍ୟ କହିଥଲେ ଯେ ଆତଙ୍କବାଦୀର କୌଣସି ଦେଶ ନ ଥାଏ । ଗୁଳି ବା ଯୁଦ୍ଧ ଦ୍ୱାରା ଏହି ସମସ୍ୟାର ସମାଧାନ ହେବ ନାହିଁ, ଆମକୁ କଥାବାର୍ତ୍ତାର ବାଟ ଖୋଲା ରଖିବାକୁ ହେବ । ସିଦ୍ଧୁଙ୍କର ଏହି ବୟାନକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ସମ୍ବନ୍ଧିତ ଖବର